ଆମେ ବହୁତ ଗରିବ ଲୋକ ଅଛୁ ସାର…ଆମେ ଘରକୁ ଯିବୁ… ବହୁତ ହଇରାଣ ହେଉଛୁ ,ପାଖରେ ପଇସା ନାହିଁ । ବାହାରେ ପୋଲିସ୍ ଛାଡ଼ୁନାହାନ୍ତି , ପାଖରେ ଖାଇବା ପାଇଁ ମଧ୍ୟ କିଛି ନାହିଁ ।କରୋନାର ଏପରି କରାଳ ରୂପ ସମୟରେ ଓଡ଼ିଶା ବାହାରେ ଫସିଥିବା ପ୍ରବାସୀଙ୍କୁ ପୁଣି ସାହାର୍ଯ୍ୟର ହାତ ବଢାଲେ ଅଭିନେତା ସବ୍ୟସଚ୍ଚି ମିଶ୍ର । ଏହି କରୋନା ସମୟରେ ଅନେକ ଲୋକ ତାଙ୍କ ପରିବାର ଠାରୁ ଦୁରେଇ ରହି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଓଡ଼ିଶା ଫେରିବାକୁ ଚାହିଁଲେ ମଧ୍ୟ ଓଡ଼ିଶା ଫେରି ପାରୁନାହାନ୍ତି । ତେବେ ଏହାରି ଭିତରେ ବମ୍ବେରେ ପସିଥିବା ଓଡ଼ିଆଙ୍କୁ ସାହାର୍ଯ୍ୟର ହାତ ବଢାଇଛନ୍ତି ସବ୍ୟ । ଭିଡ଼ିଓ କଲ୍ ମାଧ୍ୟମରେ ତାଙ୍କ ସମସ୍ତ ଅସୁବିଧା ବୁଝି ତାଙ୍କ ନିକଟକୁ ଅତି କମ୍ ସମୟରେ ଖାଦ୍ୟ ପହଂଚାଇଛନ୍ତି । ଏହା ମଧ୍ୟ କହିଛନ୍ତି “ଆପଣ ନ ଖାଇବା ପର୍ୟ୍ୟନ୍ତ ମୁଁ ମଧ୍ୟ ଖାଇବି ନାହିଁ” । ଯାହା ତାଙ୍କ ମହାନତାକୁ ସ୍ପଷ୍ଟ ବାରି ହେଉଛି । ଖାଇବା ପହଂଚିବା ପରେ ମଧ୍ୟ ସବ୍ୟ ତାଙ୍କର ଅସୁବିଧା ପଚାରିଥିଲେ ଏବଂ କହିଥିଲେ “ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣଙ୍କ ଯାହା ଅସୁବିଧା ଆପଣ ମତେ ଜଣାଇବେ । ମୁଁ ଆପଣଙ୍କୁ କିଛି ପଇସା ଦେଇ ଦେଉଛି ଆପଣ କିଛି ସୁଉଦା କିଣି ଘରେ ରୋଷେଇ କରି ଖାଇବେ । କରୋନାର ଏହି ସମୟରେ ଘରୁ ବାହାରନ୍ତୁ ନାହିଁ । ଏବେ ଆପଣଙ୍କ ପାଖରେ ଖାଇବା ପହଂଚିଗଲା ଆପଣ ଖାଆନ୍ତୁ ମୁଁ ମଧ୍ୟ ଯାଉଛି ଖାଇବି” । ତେବେ ଏହା ସବ୍ୟଙ୍କ ପାଇଁ କିଛି ନୁଆ କଥା ନୁହେଁ ବହୁ ଆଗରୁ ମଧ୍ୟ ସବ୍ୟ ଅନେକ ପ୍ରବାସୀଙ୍କୁ ସାହାର୍ୟ୍ୟ କରିଛନ୍ତି ବହୁ ଲୋକଙ୍କ ମନ ଜିଣିଛନ୍ତି ।