ପୁଣି ମହାକୁମ୍ଭରେ ବଡ଼ ଧରଣର ଅଘଟଣ । ତିଆରି ହୋଇଥିବା ଟେଣ୍ଟରେ ଭୟାବହ ଅଗ୍ନିକାଣ୍ଟ । ସେକ୍ଟର ୧୮ଶଙ୍କରାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଟେଣ୍ଟରେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି । ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଲିଭା କାର୍ଯ୍ୟକ୍ରମ ଜାରି ରହିଛି । କ୍ଷୟକ୍ଷତିର ସୂଚନା ଏଯାଏଁ ମିଳିନି ।
ଅନୁମାନ କରାଯାଉଛି ଯେ ସିଲିଣ୍ଡର କିମ୍ବା ସର୍ଟ ସରକିଟ୍ ଦ୍ୱାରା ନିଆଁ ଲାଗିଥାଇପାରେ । ମହାକୁମ୍ଭର ଟେଣ୍ଟରେ ପ୍ରତିଦିନ ହଜାର ହଜାର ଲୋକଙ୍କ ପାଇଁ ଖାଦ୍ୟ ତିଆରି ହେଉଛି । ତେବେ ଖାଦ୍ୟ ତିଆରି ସମୟରେ ବି ଏପରି ଅଘଟଣ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି । କୀନ୍ତୁ ଏପର୍ଯ୍ୟନ୍ତ କୌଣସି ଲୋକ ମୃତହାତ ହୋଇ ନାହାନ୍ତି ।
ପ୍ରୟାଗରାଜ ମହାକୁମ୍ଭରେ ଏହି ନିଆଁ ଲାଗିବା ଘଟଣା ପ୍ରଥମ ନୁହେଁ । ୟାକୁ ମିଶେଇ ୩ ଥର ନିଆଁ ଲାଗି ସାରିଲାଣି ।