ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୨): ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଏଥର ବାହା ହେବାକୁ ନେଇ ଚର୍ଚ୍ଚା । ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଛନ୍ତି। ଆସନ୍ତା ଫେବୃଆରୀର ଶେଷ ସପ୍ତାହ ଅର୍ଥାତ ୨୫ ତାରିଖରେ ପୁରୀରେ ସେ ବିବାହ କରିବେ ବୋଲି ସୂଚନା ମିଳିଛି । ଏନେଇ ବିଧାୟକ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ ଚଳିତ ମାସ ଶେଷ ସପ୍ତାହରେ ପୁରୀଠାରେ ବିବାହ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ଉଭୟଙ୍କ ଦ୍ୱିତୀୟ ବିବାହ ହେବ ବୋଲି ଜଣାପଡ଼ିଛି। ଦିବ୍ୟ ଶଙ୍କର ମିଶ୍ର ଏହି ବିବାହ ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ। କୌଣସି କାରଣ ପାଇଁ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ହତ୍ୟାକାଣ୍ଡ ଘଟଣା ହେଉ କି ଅର୍ଚ୍ଚନା ନାଗଙ୍କ ଲିଙ୍କକୁ ନେଇ ହେଉ ସବୁବେଳେ ସେଠାରେ ଚର୍ଚ୍ଚା ରହି ଆସିଛି।