ନୂଆଦିଲ୍ଲୀ: ମାର୍ଚ୍ଚ ଆରମ୍ଭରୁ ଝଟ୍କା । ପୁଣି ବଢିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର ଦର । ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲପିଜି ଗ୍ୟାସ ସିଲିଣ୍ଡର ଦର ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି। ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦର ବୃଦ୍ଧି ପାଇଛି। ଦର ଦାମ ବୃଦ୍ଧି ତା ସାଙ୍ଗକୁ ସିଲିଣ୍ଡର ଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଉପଭୋକ୍ତା। ଏହା ପୂର୍ବରୁ ଫେବୃଆରୀ ୪ ତାରିଖରେ ୨୫ ଟଙ୍କା, ୧୪ ତାରିଖରେ ୫୦ ଟଙ୍କା ବୃଦ୍ଧି ପାଇଥିଲା। ଫେବୃଆରୀ ୨୫ ତାରିଖରେ ପୁଣି ୨୫ ଟଙ୍କା ବଢିଥିଲା। ୫ଦିନ ପରେ ପୁଣି ୨୫ ଟଙ୍କା ବଢି ମାସେ ମଧ୍ୟରେ ୧୦୦ ଟଙ୍କା ବଢିଥିଲା। ଚଳିତ ମାସ ଆରମ୍ଭରେ ପୁଣି ବଢି ସିଲିଣ୍ଡର ଦର ୧୨୫ ଟଙ୍କା ବୃଦ୍ଧି ପାଇଛି। ଡିସେମ୍ବରରେ ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି ହୋଇଥିଲା। ଗତ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ଏଲପିଜି ସିଲିଣ୍ଡର ଦର ପ୍ରାୟ ୨୨୫ ଟଙ୍କା ବଢ଼ିଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଦର ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଛନ୍ତି କେନ୍ଦ୍ର ସରକାର । ଗୋଟିଏ ପଟେ ପେଟ୍ରୋଲ ଦର ଲୋକଙ୍କୁ କନ୍ଦାଉଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି, ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ସାଧାରଣ ଲୋକଙ୍କ ପାଖରେ ଦୈନନ୍ଦିନ ଖର୍ଚ୍ଚ ତଥା ଦୁଇ ଓଳି ଭଲ ଖାଇବାକୁ କଷ୍ଟ ପଡ଼ୁଥିବା ବେଳେ, ଏଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ଦର ନିୟନ୍ତ୍ରଣ କରିବାରେ ଅସମର୍ଥ ରହିଛନ୍ତି କେନ୍ଦ୍ର ସରକାର ।