5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ୍ ଏବେ ସିଧାସଳଖ ରାଜନୀତି ମଇଦାନ ଓହ୍ଲାଇବେ। ନଭେମ୍ବର ଶେଷ ସପ୍ତାହରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାଣ୍ଡିଆନ୍ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ଦଳ ପକ୍ଷରୁ ବିଶାଳ ସମାବେଶର ଆୟୋଜନ କରାଯାଉଥିବା ନେଇ ଚର୍ଚ୍ଚା ହେଉଛି । ଏମିତିବି ଚର୍ଚ୍ଚା ହେଉଛି, ବିଜେଡିରେ ସାମିଲ ହେବା ପରେ ଭି.କେ. ପାଣ୍ଡିଆନଙ୍କୁ ଦଳର ଗୁରୁତ୍ବପୂର୍ଣ୍ଣ ପଦବୀ ମିଳିପାରେ।
5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ନେଇ ପୁଣି ପାୱାର କରିଡରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚା ବିଜେଡିରେ ସାମିଲ ହେବାକୁ ନେଇ । ଦଳ ଭିତରେ ନେତା ଓ କର୍ମୀ ଟୁପୁରୁ ଟାପୁରୁ ହେଉଛନ୍ତି ଯେ ଏହି ମାସ ଶେଷ ଆଡକୁ କଣ ଗୋଟାଏ ହେବାକୁ ଯାଉଛି। ସେମାନେ ଏମିତି ବି ଚର୍ଚ୍ଚା କରୁଛନ୍ତି , ଦୁର୍ଗାପୂଜା ମହାନବମୀରେ ଚାକିରିରୁ ଅବସର ନେଇ ଅନୁମତି ମିଳିବା ପରେ ବିଜୟା ଦଶମୀରେ ତାଙ୍କୁ କ୍ୟାବିନେଟ ପାହ୍ୟ ସହ 5Tଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେଣୁ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ଆଉ ଏକ ଭଲ ଦିନ ହେଉଛି କାର୍ତ୍ତିକ ପୂର୍ଣ୍ଣିମା। ତେଣୁ ଏହିଦିନ ବିଜେଡିରେ ସାମିଲ ହୋଇପାରନ୍ତି ଭି.କେ ପାଣ୍ଡିଆନ୍। କେହି କେହି କହୁଛନ୍ତି ଭୈରବ କାର୍ତ୍ତିକ, ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମାରେ ବିଧିବଦ୍ଧଭାବେ ଶଙ୍ଖ ଫୁଙ୍କିବେ।