ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ ଚେଙ୍କ ଦିଆ ଖବର ନଜରକୁ ଆସିଛି । ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ନକାଟିସିମିଡ ଗ୍ରାମର ରାମଲୁ ଗଣ୍ଡଙ୍କ ୬ ବର୍ଷର ଝିଅ କମଲେଶ୍ୱରୀ ଗଣ୍ଡଙ୍କୁ ଦିଆଯାଇଛି ଚେଙ୍କ ।ଥଣ୍ଡା କାଶ ଜ୍ୱର ହୋଜ ନିମାନିଆ ଆକ୍ରାନ୍ତ ହୋଇଥିବା ବେଳେ ପରିବାର ତରଫରୁ ଚେଙ୍କ ଦିଆଯାଇଛି । ୧୫ ଦିନ ତଳେ ଚେଙ୍କ ଦିଆଯାଇଛି । କିଏ ଚେଙ୍କ ଦେଇଛି ମୁହଁ ଖୋଲିବାକୁ ନାରାଜ ପରିବାର ଲୋକେ । ଦେହ ଭଲ ନ ହେବାରୁ ମେଡିକାଲ ରେ ଭର୍ତ୍ତି । ଅନ୍ୟପଟେ ସଚେତନତା ଅଭାବ ହେତୁ ଏପରି କାର୍ଯ୍ୟ ହୋଇଛି ଆଉ ଆଗାମୀ ଦିନରେ ସଚେତନତା କରାଯିବ ବୋଲି CDMO କହିଛନ୍ତି ।