ଏନ୍ଏନ୍ଏସ ଓଡିଆ, ଜାକାର୍ତ୍ତା: କୋଭିଡ-୧୯ ଭୂତାଣୁ ପୁଣି ଥରେ ବିଶ୍ୱରେ ପ୍ରକୋପ କରିପାରେ। ବୈଜ୍ଞାନିକମାନେ ଏପର୍ୟ୍ୟନ୍ତର ସବୁଠାରୁ ଅଧିକ ମ୍ୟୁଟେଟେଡ ଭାରିଆଣ୍ଟର ସନ୍ଧାନ ପାଇଛନ୍ତି। ଇଣ୍ଡୋନେସିଆରେ ରୋଗୀଙ୍କଠାରେ ମିଳିଥିବା ଏହି ଭାରିଆଣ୍ଟ ଏପର୍ୟ୍ୟନ୍ତ ୧୧୩ଥର ମ୍ୟୁଟେଟ ହୋଇଥିବା ଜଣାପଡିଛି। ବିଶ୍ୱରେ ଆତଙ୍କ ରଚିଥିବା ଓମିକ୍ରନ ଭାରିଆଣ୍ଟ ଠାରୁ ଏହା ଦୁଇଗୁଣରୁ ଅଧିକ ବାର ମ୍ୟୁଟେଟ ହୋଇଛି। ବୈଜ୍ଞାନିକଙ୍କ ଅନୁସାରେ ଜାକାର୍ତ୍ତାରେ ଜଣେ ରୋଗୀଙ୍କ ସ୍ୱାବରୁ ଡେଲ୍ଟା ଭାରିଆଣ୍ଟର ମ୍ୟୁଟେଟେଡ ଭାରିଆଣ୍ଟ ମିଳିଛି। ଯାହା ଅନୁନ୍ୟ ୧୧୩ଥର ମ୍ୟୁଟେଟ କରିଛି। ଏହା ତୁଳନାରେ ଓମିକ୍ରନ ପାଖାପାଖି ୫୦ ଥର ମ୍ୟୁଟେଟ ହୋଇଛି। ତେବେ ନୂଆକରି ଚିହ୍ନଟ ଭୂତାଣୁ ପ୍ରକାର ବହୁତ ବିପଦଜନକ ହୋଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଓମିକ୍ରନ ଭଳି ଲହରଆଣି ସମସ୍ତଙ୍କୁ ଲକଡାଉନ ଆଡକୁ ଧକ୍କା ଦେବା କି ନା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ତେବେ ଭୂତାଣୁର ଏହି ପ୍ରକାର ଯୋଗୁ ବିଶ୍ୱକୁ ଲକଡାଉନର ଆବଶ୍ୟକତା ପଡି ନପାରେ ବୋଲି ଶୀର୍ଷ ବୈଜ୍ଞାନିକମାନେ କହିଛନ୍ତି। ଏହି ନୂଆ ଭାଇରାସ ମାସେ ପର୍ୟ୍ୟନ୍ତ ଲୋକଙ୍କୁ ସଂକ୍ରମିତ ରଖିପାରେ ବୋଲି ବୈଜ୍ଞାନିକ ଆଶଙ୍କା କରୁଛନ୍ତି।କ୍ରୋନିକ ସଂକ୍ରମଣ ସାଧାରଣତଃ ଦୁର୍ବଳ ଇମ୍ୟୁନ ସିଷ୍ଟମ ଲୋକଙ୍କୁ ହୋଇଥାଏ। ତେବେ ଏହି ଭୂତାଣୁ କ୍ୟାନସର ଓ ଏଡସ୍ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସାରେ ବାଧାକ ହୋଇପାରେ। ଏଣୁ ଏହି ସଂକ୍ରମଣ ଏବେ ବୈଜ୍ଞାନିକଙ୍କୁ ଚିନ୍ତାରେ ପକାଇଛି। ୱାରୱିକ୍ ୟୁନିଭର୍ସିଟିଙ୍କ ଭାୟରୋଲଜିଷ୍ଟ ପ୍ରଫେସର ଲରେନ୍ସ ୟଙ୍ଗ ନୂଆ ସନ୍ଧାନ ହୋଇଥିବା ଷ୍ଟ୍ରେନ୍ରେ ଆଗକୁ ପ୍ରସରିବାର ଅଥବା ଅନ୍ୟଙ୍କୁ ସଂକ୍ରମିତ କରିବାର କ୍ଷମତା ଅଛି କି ନା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ବୋଲି କହିଛନ୍ତି। ହେଲେ ଏହା ଚୁପଚାପ ସଂକ୍ରମଣ ହୋଇଥିବାରୁ ଡର ଲାଗୁଛି।