ଅଭିଯୋଗ ପରେ ଅଭିଯୋଗ. ହେଲେ ଦେଖିବାକୁ ମିଳିଲା ନାହିଁ କାର୍ଯ୍ୟାନୁଷ୍ଠାନ । ପିସୀ ନେଇ ଚୁପ ଅଧିକାରି ଓ ବିଭାଗୀୟ ଯନ୍ତ୍ରୀ । ଆମେ କହୁଚୁ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ପକ୍ଷରୁ ଦାନ ପୁର ବେଲମାଳ ଘାଇ ନଦୀ ବନ୍ଧ ରେ ହୋଇଥିବା ପଥର ପ୍ୟାକିଂ ଓ ପଥର ସ୍ପର ନିର୍ମାଣ ର କଥା । ଜେନ ତେନ ଭାବେ ପଥର ଥୋଇ କାର୍ଯ୍ୟ ସାରିଦେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ । ନିମ୍ନ ମାନ ର କାର୍ଯ୍ୟ ହେଉଛି ବୋଲି ଅଭିଯୋଗ ହେଲା । ହେଲେ ଜଳସେଚନ ବିଭାଗ ର ବିଭାଗୀୟ ଅଧିକାରି ମାନଙ୍କ ମୁଣ୍ତରେ ଚେତା ପଶିଲା ନାହିଁ ପୀଶି ପାଗଳ ହୋଇ ପୁରୁଣା ପଥର ,ଛୋଟ ପଥର ରେ କାର୍ଯ୍ୟ କରି ଠିକାଦାର ଓ ବିଭାଗୀୟ ଅଧିକାରି ହଜମ କରିଦେଲେ ୪ କୋଟି ୯୨ ଲକ୍ଷ୍ୟ ଟଙ୍କା । କାର୍ଯ୍ୟ ଆରମ୍ଭ ରୁ ସାଧାରଣ ଲୋକେ ଅଭିଯୋଗ କଲେ ଗଣ ମାଧ୍ୟମ ରେ ଖବର ପ୍ରସାରଣ ହେଲା ହେଲେ ଅର୍ଥ ଲୋଭୀ ଅଫିସର ଓ ଠିକାଦାର ଙ୍କର କାହାରୀକୁ ବୀ ଭୟ ନାହିଁ । ବୋଧ ହୁଏ ଉପର ମୁଣ୍ତରେ ଭଲ ପିଶି କାରବାର କରାଯାଇଛି ଯାହା ଦ୍ବାରା ପ୍ରଶାସନ ମଧ୍ଯ ହାତ ବାନ୍ଧି ବସିଛି । ଏହି ଘଟଣା ବାବଦ କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମହୋଦୟ ଜଳସେଚନ ବିଭାଗ କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ହେଲେ ବିଭାଗୀୟ ଅଧିକାରି ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କୁ ମାନିବାକୁ ନାରାଜ । ଜିଲ୍ଲା ପ୍ରଶାସନ କୁ ଖୁଲମ୍ ଖୁଲା ଚ୍ୟାଲେଞ୍ଜ କରି ଠିକାଦାର ଙ୍କୁ ପୋଷିବା ସହିତ ନିଜ ପକେଟ୍ ଗରମ କରୁଛନ୍ତି ଏମିତି କିଛି ଅଧିକାରି ମାନେ । ସରକାର୍ କା ମାଲ୍ ଦରିଆ ମେ ଡାଲ ନୀତି ରେ ଚାଲିଛି ଜଳସେଚନ ବିଭାଗ । ତେବେ ଏଭଳି ଦୁର୍ନୀତି ଉପରେ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା..।