ଭଦ୍ରକ: ପିଲାଚୋର ସନ୍ଦେହରେ ବ୍ୟକ୍ତିଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ। ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ପୋଲିସ। ଭଦ୍ରକ ସହରର ଛପୋଲିଆ ନିକଟରେ ଜଣେ ବ୍ୟକ୍ତିକୁ ଚୋର ସନ୍ଦେହରେ ଅଟକାଇଥିଲେ ଗ୍ରାମବାସୀ। ସଂପୃକ୍ତ ବ୍ୟକ୍ତିଙ୍କ ବ୍ୟାଗରୁ ଲୁହା ରଡ୍ ସହ ଅନେକ ମାରଣାସ୍ତ୍ର ଅସ୍ତ୍ର ମିଳିଥିଲା। ପରେ ଲୋକେ ଯୁବକଙ୍କୁ ମାଡ଼ ମାରିବା ସହ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ଘଟଣାସ୍ଥଳରେ ଭଦ୍ରକ ଟାଉନ ଥାନା ପୋଲିସ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି। ତେବେ ବ୍ୟକ୍ତିଟି ମାନସିକ ବିକାରଗ୍ରସ୍ତ ବୋଲି ପୋଲିସ କହିଛି ।