ପିପିଲି ଉପନିର୍ବାଚନକୁ ୪ମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ପିଆଏଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିର୍ବାଚନକୁ ଘୁଞ୍ଚଇବା ପାଇଁ ଜନସ୍ୱାର୍ଥ ମାମଲା କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢୀ । ଅତିକମ୍ରେ ୪ମାସ ପର୍ଯ୍ୟନ୍ତ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଆବେଦନ କରାଯାଇଛି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଉକ୍ତ ପଦ ପାଇଁ ଏପ୍ରିଲ୧୭ରେ ହୋଇଥାନ୍ତା ଉପନିର୍ବାଚନ । ସେଥିପାଇଁ ଜୋରଦାରରେ ଚାଲିଥିଲା ପ୍ରଚାର ପ୍ରସାର । କିନ୍ତୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହେବାପରେ ପ୍ରଥମେ ମେ’୧୩ ଓ ପରେ ମେ’୧୬ ତାରିଖରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିଲା । କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହର କାୟା ମେଲାଉ ଥିବା ବେଳେ ଉପନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ହାଇକୋର୍ଟରେ ଆବେଦନ ହୋଇଛି ।