ପୁରୀ : ପିପିଲି ଉପନିର୍ବାଚନ ପାଇଁ ଆଜି କରୋନା କଟକଣା ମଧ୍ୟରେ ନିଜ ସମର୍ଥକଙ୍କ ସହ ଜିଲ୍ଲା କଂଗ୍ରେସ ଭବନରେ ପହଞ୍ଚି ଜିଲ୍ଲାପାଳ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର । ସୂଚନାଯୋଗ୍ୟ, ଆସନ୍ତା ମେ ୧୬ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ମତଦାନ ହେବ ବୋଲି ନିର୍ବାଚନ କମିଶନ ସ୍ଥିର କରିଛନ୍ତି । ଉକ୍ତ ପଦ ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ, ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସର ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରତିଦ୍ବନ୍ଦିତା ହେବ । ଆସନ୍ତା ମେ’ ୧୯ ତାରିଖରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ । ଗତ ୧୪ ତାରିଖରେ ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ କରୋନାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଜିତଙ୍କ ମୃତ୍ୟୁ ଘଟିଥିଲା । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନ ପ୍ରଥମେ ମେ ୧୩ରେ ନିର୍ବାଚନ କରିବା ନେଇ ଘୋଷଣା କରିଥିଲେ । ଏହାପରେ ପୁଣି ଏହାକୁ ଘୁଞ୍ଚାଇ ମେ ୧୬ରେ ମତଦାନ ନେଇ ତାରିଖ ଘୋଷଣା କରିଛନ୍ତି।