ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ଛାତ୍ରଛାତ୍ରୀଙ୍କ ଦାବି ମାନିନେଲେ ପିଜି କାଉନସିଲ ଅଧ୍ୟକ୍ଷ । ସମୁଦାୟ ହଷ୍ଟେଲ ଫି’ରୁ ୧୭୪୦ ଟଙ୍କା ଛାଡ ହୋଇଛି। ଛାତ୍ରଛାତ୍ରୀ ପୂର୍ବରୁ ୨୯୫୦ ଟଙ୍କା ଦେବାକୁ ସ୍ଥିର ହୋଇଥିବାବେଳେ ଏବେ ଛାତ୍ରଛାତ୍ରୀ ଦେବେ ୧୨୧୦ ଟଙ୍କା। ତେବେ ସୋମବାର ଏବିଭିପି ଛାତ୍ରଛାତ୍ରୀ ପିଜି କାଉନସିଲ ଅଧ୍ୟକ୍ଷଙ୍କ ଅଫିସ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ସମୟ ଧରି ଆଲୋଚନା ପରେ ସମାଧାନର ସୂତ୍ର ବାହାରିଥିଲା। ଅଧ୍ୟକ୍ଷ ଏବେ ରୁମ୍ ସିଟ୍ ଚାର୍ଜ, ପାଣି ଫି’, ବିଜୁଳି ଫି’ ଭଳି ବହୁ କ୍ଷେତ୍ରରୁ ଫି’ କମ୍ କରିଦେଇଛନ୍ତି ।କୋଭିଡ୍ ସମୟରେ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡ଼ି ଘରକୁ ଯାଇଥିଲେ । ତେଣୁ ହଷ୍ଟେଲର କୌଣସି ଜିନିଷ ବ୍ୟବହାର କରିନଥିଲେ । ତେଣୁ ସେହି ଆଧାରରେ ଟଙ୍କା ଛାଡ କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି ।