ଗୋଟିଏ ପଟେ ଭାରତ ସରକାର ଇସ୍ରାଏଲ ପଛରେ ଛିଡ଼ା ହୋଇଥିବାବେଳେ ଅନ୍ୟପଟେ କଂଗ୍ରେସ କଂଗ୍ରେସ ପାଲେଷ୍ଟାଇନକୁ ସମର୍ଥନ ଘୋଷଣା କରିଛି। ସୋମବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶେଷ ମୁହୂର୍ତ୍ତରେ ଏ ସଂକ୍ରାନ୍ତରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଥିଲା। ଏହା ପୂର୍ବରୁ ମଧ୍ୟ କଂଗ୍ରେସ ଅନେକ ଥର ପାଲେଷ୍ଟାଇନ୍କୁ ଖୋଲାଖୋଲି ସମର୍ଥନ କରିଛି।ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସୋମବାର ନୂଆଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଇଥିଲେ। ତେବେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ବି ନିନ୍ଦା କରିଛି କଂଗ୍ରେସ । ତୁରନ୍ତ ଯୁଦ୍ଧବିରତି ପାଇଁ ଦଳ ଦାବି କରିଛି
ଏହି ଯୁଦ୍ଧରେ ଏବେ ୧୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଭୟାବହ ଯୁଦ୍ଧ ପରିସ୍ଥିତି ଦେଖା ଦେଇଛି । ଇସ୍ରାଏଲ୍କୁ ଏବେ ଆମେରିକା ସହ ବିଭିନ୍ନ ୟୁରୋପୀୟ ଦେଶର ସମର୍ଥନ ମିଳିଥିବା ବେଳେ ପାଲେଷ୍ଟାଇନ୍କୁ ଇରାନ୍ ସହ ଲେବାନନ୍ ତଥା ଅନ୍ୟ କେତକ ରାଷ୍ଟ୍ର ସମର୍ଥନ କରାଯାଇଛି ।