<h3>ଫେଲ ମାରିଛି ରାଜ୍ୟ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା । ଚାଷୀଙ୍କ ଜମିକୁ ଜଳ ସେଚନ ପାଇଁ କରାଯାଇଥିବା ପାର୍ବତୀ ଗିରୀ ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ଏବେ ବୃହତ୍ତ ଫେଲ ମାରିଛି । ଗୋଟିଏ ପଟେ କୋଟି କୋଟି ଟଙ୍କା ଖର୍ଚ୍ଚରେ ପ୍ରକଳ୍ପ ନିର୍ମାଣ କରି ମନ୍ତ୍ରୀ ଯନ୍ତ୍ରୀ ମାଲେମାଲ ହୋଇଥିବାବେଳେଅନ୍ୟପଟେ ଚାଷୀ ପାଣି ପାଇପାରୁନାହିଁ । କେଉଁଠି ପାଇପ ବିଛା ସରିନି ତ କେଉଁଠି ଟାଙ୍କି ନିର୍ମାଣ ହୋଇନି । ଆଉ କେଉଁଠି ବିଲରେ ଥିବା ପଏଣ୍ଟ ସବୁ ସଂଯୋଗ ହୋଇନି । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଡେଇପଙ୍କଠାରେ ଥିବା ପାର୍ବତୀ ଗିରୀ ବୃହତ୍ତ ଉଠା ଜଳ ସେଚନ ପ୍ରକଳ୍ପର । ଗତ ଡିସେମ୍ବର ୧୬ତାରିଖରେ ଭିସି ଜରିଆରେ ଏହି ପ୍ରକଳ୍ପ ସହ ଜିଲ୍ଲାର ୮ଟି ପ୍ରକଳ୍ପର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ହେଲେ ଉଦଘାଟନର ୬ ମାସ ବିତିଯାଇଥିଲେ ହେଁ ଏହା କାମରେ ଆସୁନି । ଫଳରେ ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ।</h3> <h3> ୨୩କୋଟି ୫୨ଲକ୍ଷ ବ୍ୟୟରେ ଏହି ପ୍ରକଳ୍ପରୁ ଚଡେଇପଙ୍କ, ବଡମାଲ, ମାଟୁପାଲି, ଅଇଁଲାଛାଟ, ଦକ୍ଷିଣିପାଲି ଆଦି ଗାଁର ଜମିକୁ ଜଳ ସେଚନ ବ୍ୟବସ୍ଥା ରହିଛି । ତେବେ ଚଡେଇପଙ୍କ ଗାଁ ପୂର୍ବରୁ ଉଠା ଜଳ ସେଚନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା ରହିଛି ଏବଂ ଚାଷ ମଧ୍ୟ ହେଉଛି । ହେଲେ ମାତ୍ର ୫ଶହ ମିଟର ଭିତରେ ଥିବା ମାନପୁରକୁ ଏହି ପ୍ରକଳ୍ପରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ସେହିପରି ଜଉଁରାଭଉଁରାକୁ ମଧ୍ୟ ବାଦ ଦେଇଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଅତି ନିମ୍ନମାନର କାମ ହୋଇଥିବାବେଳେ ୨୦୨୧ ମସିହାରୁ କାମ ସରିବା କଥା ହେଲେ ଆଜି ଯାଏଁ କାମ ସମ୍ପୂର୍ଣ୍ଣ ହୋଇପାରିନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ । ଏହାର ଜବାବ ଆଗାମି ନିର୍ବାଚନରେ ଦିଆଯିବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି ।</h3>