ଛାତ୍ର ଜୀବନରେ କଲେଜ ର ଭୂମିକା ରହିଥାଏ ଗୁରୁତ୍ୱପୂର୍ଣ l ଏହିଠାରୁ ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ଦେଶ ଗଠନର ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି l ପାରାଦୀପ ମହାବିଦ୍ୟାଳୟ 50 ବର୍ଷରେ ପଦାର୍ପଣ କରିଥିବା ବେଳେ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ହିସାବରେ ପୁରୁଣା ଦିନର ସ୍ମୁତିକୁ ମନେ ପକାଇଛନ୍ତି ଓଡିଶା ସରକାରଙ୍କ ଶିଳ୍ପ,ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l ପାରାଦୀପ ମହାବିଦ୍ୟାଳୟ ର ଏହି 50ତମ ପ୍ରତିଷ୍ଠା ଦିବସରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ପାରାଦୀପ କଲେଜ ର ପୁରାତନ ଛାତ୍ର ଭାବରେ ସାଂସଦ ବିଭୁ ପ୍ରସାଦ ତରାଇ ଓ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଯୋଗଦେଇଥିଲେ l ବନ୍ଦର ସହର କୁ ନେଇ ଗଠିତ ବନ୍ଦରନଗରୀ ର ଶିକ୍ଷା କ୍ଷେତ୍ରରେ ପାରାଦୀପ ମହାବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଵା ବେଳେ ଆଗାମୀ ଦିନରେ କଲେଜ ର ବିଭିନ୍ନ କ୍ଷେତ୍ରରେ ଉନ୍ନତିକରଣ ଓ ଶିକ୍ଷାଦାନ କୁ କିଭଳି ଆହୁରି ଉନ୍ନତ କରାଯାଇପାରିବ ଏ ନେଇ ମନ୍ତ୍ରୀ, ସାଂସଦ ଓ ବିଧାୟକ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପାରାଦୀପ କଲେଜ ର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମନେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟ ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଇ ଲାଇବ୍ରେରୀ କୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ଙ୍କ କରକମଳରେ ଉଦଘାଟିତ କରାଯାଇଥିଲା l