କୋଭିଡ ମହାମାରୀ ର ପ୍ରଭାବ ରେ ସାରା ଦେଶର ସ୍ୱାସ୍ଥ୍ୟ ଅବସ୍ଥାକୁ ଅନୁଧ୍ୟାନ କଲେ ଅନେକ ରାଜ୍ୟର ପରିସ୍ଥିତି ଜଟିଳ ହେବାରେ ଲାଗିଛି. ଆମ ରାଜ୍ୟ ଓଡିଶା ରେ କିଛି ଜିଲ୍ଲା ମାନଙ୍କ ରେ ଅମ୍ଳଜାନର ଅଭାବ ଦେଖା ଯାଉଥିବା ବେଳେ ଆଉ କିଛି ପଛୁଆ ଜିଲ୍ଲା ଓ ଦୁର୍ଗମ ପାହାଡିଆ ଅଂଚଳରେ ହସ୍ପିଟାଲ କୁ ଯିବାପାଇଁ ଗମନାଗମନ ବାଧକ ସାଜିଛି. ଯଦିଓ ଅନ୍ୟ ରାଜ୍ୟ ତୁଳନା ରେ ଓଡିଶା ର ସ୍ଥିତି ଭଲ ଅଛି କିନ୍ତୁ ଉଚ୍ଚମାନର ହସ୍ପିଟାଲର ଅଭାବ ହେତୁ ରୋଗୀମାନଙ୍କୁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି.ବର୍ତ୍ତମାନ ସମୟରେ କୋଭିଡ ରୋଗୀଙ୍କ ପାଇଁ ମୁଖ୍ୟ ଆବଶ୍ୟକତା icu ଭେଣ୍ଟିଲେଟର ଓ ଅମ୍ଳଜାନ ର ଅଭାବ କୁ ଦୁଷ୍ଟି ରେ ରଖି ମାନ୍ୟବର ସାସଂଦ ଶ୍ରୀ ଅନୁଭଵ ମହାନ୍ତି ଙ୍କ ଅନୁରୋଧ ଅନୁଯାୟୀ ମାନ୍ୟବର ମନ୍ତ୍ରୀ ବନ୍ଦର, ଜହାଜ ଚଳାଚଳ,ପରିବହନ, ଜଳପଥ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଙ୍କ ନିର୍ଦେଶ ରେ କଟକ ଜିଲ୍ଲାବାସୀଙ୍କ ସୁବିଧାପାଇଁ ପାରାଦ୍ୱୀପ ବନ୍ଦର ଟାଙ୍ଗୀ ରେ ଥିବା କୋଭିଡ ସେଣ୍ଟର କୁ 10ଟି ଅମ୍ଳଜାନ ଓ ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି.ଏହି କାଯ୍ୟକ୍ରମରେ ବନ୍ଦରର ଉପାଧ୍ୟକ୍ଷ ଶ୍ରୀ ଆଶିଷ କୁମାର ବୋଷ ଓ ପାରାଦ୍ୱୀପ ପୋର୍ଟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଅଧିକାରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ପଣ୍ଡା ଉପସ୍ଥିତ ଥିଲେ.