କରୋନା ମହାମାରୀ କୁ ନେଇ ସାରା ଦେଶରେ ଲକଡାଉନ ଓ ଶଟଡାଉନ ଥିବାବେଳେ ଗରିବ ଅସହାୟ , ରାସ୍ତା କଡରେ ଜୀବନ ବିତାଉଥିବା ଲୋକେ ଦି ଓଳି ଖାଇବାକୁ ପାଉନଥିବା ନଜର କୁ ଆସୁଥିବା ବେଳେ ପାରାଦ୍ୱୀପ ରେ କିନ୍ନର ସଂଘ ହାତ ବଢ଼େଇଛି. ପାରାଦ୍ୱୀପ କିନ୍ନର ମହାସଂଘ ର ସଭାପତି ରାଧା ସ୍ୱାଇଁ ଓ ଅନ୍ୟ ସଦସ୍ୟ ମାନେ ମିଶି ପାରାଦ୍ୱୀପ ଠୁ ଭୁତୁମୁଣ୍ଡାଇ ଅଂଚଳ ରେ ବସବାସ କରୁଥିବା ଗରିବ ଅସହାୟ ଓ ରାସ୍ତାକଡ଼ରେ ଜୀବନ ବିତାଉଥିବା ଲୋକମାନଂକୁ ରନ୍ଧାଖାଦ୍ୟ ବଣ୍ଟନ କରିଛନ୍ତି ଓ ଏହି କରୋନା ମହାମାରୀ ରୁ କିପରି ବର୍ତ୍ତୀପାରିବେ ତାଙ୍କୁ ସଚେତନ କରେଇଛନ୍ତି.