ଗତ ୧୪ ତାରିଖ ବିଳମ୍ବିତ ରାତ୍ରିରେ ପାରାଦୀପ ପୌରଉପାଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାକୁ ନେଇ ପାରାଦୀପ ରେ ରାଜନୀତିକ ଉଷ୍ମତା ଦେଖିବାକୁ ମିଳିଛି l ଘଟଣା କୁ ୮ ଦିନ ପୁରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ର ବିଫଳତା କୁ ନେଇ ବିଜେଡି ତରଫରୁ ପ୍ରତିବାଦ, ଶୋଭାଯାତ୍ରା, ଥାନା ଘେରାଉ ସହିତ ଶାସକ ଦଳକୁ କରିଥିବା ଟାର୍ଗେଟ କୁ ନେଇ ସାମ୍ବାଦିକ ସମ୍ମିଳନୀ ରେ ପ୍ରତିକ୍ରିୟା ରଖିଛି ବିଜେପି l ଗତ ନିର୍ବାଚନ ରେ ଘଟଣାରେ ସଂଶ୍ଲିଷ୍ଟ ଅଭିଯୁକ୍ତ ପୌରଉପାଧ୍ୟକ୍ଷା ଙ୍କ ସହିତ ନିର୍ବାଚନ ପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିବା ସହିତ ବିଜେପି କୌଣସି ଅପ୍ରୀତିକର ଘଟଣା ରେ ସଂଶ୍ଲିଷ୍ଟ ନାହିଁ l ଥାନା ଘେରାଉ କରି ବିଜେଡି ର ପୂର୍ବତନ ବିଧାୟକ ଓ ନାରୀନେତ୍ରୀ ଶାସକ ଦଳ ପ୍ରତି ଆଣିଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି ଅଭଯୋଗ ଆଣିବା ସହିତ ଉକ୍ତ ଘଟଣାକୁ ପାରାଦୀପ ନଗର ବିଜେପି ତରଫରୁ ନିନ୍ଦା କରାଯାଇଛି l ଯେଉଁଭଳି ଭାବରେ ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ପ୍ରତି ବିଜେଡି ଅଭିଯୋଗ ଆଣୁଛି ସେମାନେ ଜାଣିବା ଦରକାର କି ଯେଉଁମାନେ ଥାନା ଘେରାଉ କରିଛନ୍ତି ସେମାନଙ୍କ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି l ବିଜେପି କେବେ କୌଣସି ଅପରାଧୀ ଙ୍କୁ ଘଣ୍ଟ ଘୋଡାଇ ନାହିଁ, ପୌରଉପାଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣା ରେ ମଧ୍ୟ ଆମେ ପୌରାଧ୍ୟକ୍ଷ ଙ୍କ ସହିତ ଆଲୋଚନା କରିଛୁ ଘଟଣା ଉପରେ ସମ୍ପୂର୍ଣ ନଜର ରଖିଥିବା ବେଳେ ବିଜେଡି ନେତା ଆଣିଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ଓ ମନଗଢା କାହାଣୀ ବୋଲି କହିଛନ୍ତି ପାରାଦୀପ ନଗର ବିଜେପି ସଭାପତି ସୁବ୍ରତ ପ୍ରଧାନ l