ପାରାଦୀପ:- ଆସନ୍ତା ନଭେମ୍ୱର ୧୪ ତାରିଖରେ ହେବାକୁ ଥିବା କଳିଙ୍ଗ ବାଲିଯାତ୍ରା ପାଇଁ ଆଜି ଅପରାହ୍ନ ରେ ଅଫିସର କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ କରାଯାଇ ଥିଲା l ଏହି ବୈଠକରେ ଓଡିଶା ସରକାର ଙ୍କ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଜଗତସିଂପୁରରେ ଲୋକସଭା ସାଂସଦ ବିଭୁ ପ୍ରସାଦ ତରାଇ ଜଗତସିଂପୁରରେ ପୁରୁ ଜିଲ୍ଲାପାଳ ,ଉପ ଜିଲ୍ଲାପାଳ, ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜଗତସିଂହ ପୁର ଏସପି ,ଓ ବହୁ ମାନ୍ୟ ଗନ୍ୟ ଵେକ୍ତି, ପ୍ରମୁଖ ଯୋଗ ଦେଇ ଥିଲେ l ଏହି ପ୍ରସ୍ତୁତି ବୈଠକ ରେ ବାଲିଯାତ୍ରା କମିଟି ର ବହୁ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିବା ବେଳେ ବହୁ ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ l କଳିଙ୍ଗ ବାଲିଯାତ୍ରା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇ ଥିବା ବେଳେ ଏହି କଳିଙ୍ଗ ବାଲିଯାତ୍ରା ପୁର୍ବ ବର୍ଷ ଉନତ ମାନର କରିବା ପାଇଁ ପରାମର୍ଶ କରାଯାଇ ଥିଲା l ଏଥିରେ ମନୋରଞ୍ଜନ ସହ ବିଭିନ୍ନ ସlସ୍ନୁକୃତିକ୍ କାର୍ଯ୍ୟ କ୍ରମ୍ କରାଯିବା ସହ ପ୍ରତ୍ୟେକ ଜିଲାରୁ ସଂସ୍କୃତି ଅନୁଷ୍ଠାନ ମାନଙ୍କୁ ସାମିଲ କରାଯିବା ପାଇଁ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ରସ୍ତାବ ଦେଇଥିବା ବେଳେ ପୋଲିସ ପ୍ରଶାସନ ତରଫରୁ ବାର ପ୍ଲାଟୁନ ପୋଲିସ ମୁତୟନ କରାଯିବା ପାଇଁ ଜଗତସିହପୁର ଏସପି ନିଜ ବୟାନ ରେ କହିଥିବା ଜଣା ଯାଇଛି l କାରଣ ଜନ ସମାଗମ କୁ ଲକ୍ଷ୍ୟ କରି ଏସବୁ କରାଯିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା ଜଣାଯାଇଛି lଏଥି ସହ ମନୋରଞ୍ଜନ ଓ ମହୋତ୍ସବ ର ପୁରା ମାତ୍ରାରେ ଫାଇଦା ଉଠାଇ ବା ସହ ଶାନ୍ତି ଶୃଙ୍ଖଳା ରେ ସମସ୍ତ ଜନସାଧାରଣ ଭରପୁର ଆନନ୍ଦ ଅନୁଭବ କରିପାରିବେ l