<h3>ପାଣି ସମସ୍ୟା ପାଇଁ ରାସ୍ତା ରୋକ କଲେ ଗ୍ରାମବାସୀ | ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବୁଡ଼ାମାଲ ଗ୍ରାମପଞ୍ଚାୟତର ଖଇରପାଲି ଠାରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଗାଁ ରେ ପାନୀୟ ଜଳ ସମସ୍ୟା ର ସମାଧାନ ପାଇଁ ଓଭର୍ ଟ୍ୟାଙ୍କ ନିର୍ମାଣ ହୋଇଥିଲେ ସୁଦ୍ଧା ନିର୍ମାଣ ତଥା ପରିଚାଳନା ଗତ ତୃଟି ଯୋଗୁଁ ଗାଁ ର ଗଣ୍ଡା ପଡ଼ା, ବେତ୍ରା ପଡ଼ା, ଏବଂ ବରିହା ପଡ଼ା ବାସୀ ପାଣି ପାଇପାରୁ ନାହାନ୍ତି । ଗତ ପାଞ୍ଚ ଦିନ ହେଲା ଟ୍ୟାଙ୍କ ପରିଚାଳନାରେ ତୃଟି ଯୋଗୁଁ ଗ୍ରାମବାସୀ ପାଣି ପାଇପାରୁ ନ ଥିବା ଅଭିଯୋଗକରିଛନ୍ତିଗାଁବାସୀ । ତେଣୁ ମହିଳାମାନେ ପାଣି ଗରା ଆଣି ଗାଇସିଲେଟ - ପଦ୍ମପୁର ମୁଖ୍ୟ ରାସ୍ତାକୁ ରୋକ କରି ରଖିଥିଲେ । ଏଥିରେ ପଡ଼ାବାସୀ ମଧ୍ୟସହଯୋଗ କରିଥିଲେ । ପରେ ସମିତି ସଭ୍ୟ ଓ ପଦ୍ମପୁର ପୋଲିସ ଟିମ୍ ଆସି ସମସ୍ତଙ୍କୁ ବୁଝା ସୁଝା କରିବା ପରେ ରାସ୍ତା ରୋକ୍ ହଟିଥିଲା।</h3> <img class=" wp-image-28237 aligncenter" src="https://nnsodia.com/wp-content/uploads/2024/05/ms2-1.jpg" alt="" width="613" height="613" />