ପାଣି ଟୋପେ ପାଇ ଡହଳ ବିକଳ ଲୋକେ । ଗୋଟିଏ ପଟେ ଡହ ଡହ ଖରାହେଇଥିବା ବେଳେ ଗ୍ରୀଷ୍ମ ଋତୁ ଆରମ୍ଭରୁ ଦେଖା ଦେଲାଣି ଜଳ କଷ୍ଟ । ସାଧାରଣ ଜନତା ହନ୍ତସନ୍ତ । ସରକାରଙ୍କ ଯୋଜନା ଫେଲ । ବୋରଫ୍ୱଲେ ଅଛି , ନଳକୂପ ବି ଅଛି , ନା ଅଛି ପାଣି ନା କାର୍ଯ୍ୟକରୁଛି ନଳକୂପ ।
ସରକାର ପାନୀୟ ଜଳ ଯୋଗାଣ ପାଇଁ କରିଛନ୍ତି ଅନେକ ଯୋଜନା ହେଲେ ସବୁ ଫେଲ । ବାସ୍ତବ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି.ଏ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନରେ ଥିବା ତାଳଜଙ୍ଗ ଗ୍ରାମପଞ୍ଚାୟତ ପଥୁରିଆ ସାହିର ଦୃଶ୍ୟ ସୋଲାର ପ୍ଲେଟ ଅଛି, ବୋର ଖୋଳା ଯାଇଛି,ନଳକୂପ ଅଛି ନାଁ ଅଛି ପାଣି ନାଁ ହେଉଛି ସଠିକ୍ କାର୍ୟ୍ୟ ।
୩୦ରୁ ଅଧିକ ପରିବାର ବସ ବାସ କରୁଥିବା ବେଳେ , ଦୁଇ ଶହରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ଗୋଟିଏ ନଳକୂପ ଅଛି, ଯାହା ଗରା ବାଲ୍ଟି ଅନୁମାନ କରିପାରୁ ଥିବେ। ଖରାର ତାତି ବଢିବା ସହିତ ନଳକୂଅର ପାଣି ସୁଖୀ ଗଲାଣି। ସୋଲାର ଚାଳିତ ପମ୍ପ ଲାଗିଛି ହେଲେ ତାହା ଚାରି, ପାଞ୍ଚ ବର୍ଷ ହେଲା ଅଚଳ ହୋଇ ପଡିରହିଛି. ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଯନ୍ତ୍ରାଂଶ ଖତ ଖାଇବାକୁ ବସିଲାଣି. ବୋର ଖୋଳାଯାଇ ଅଧ ପନ୍ତୁରିଆ ହୋଇ ପଡିରହିଛି ।
ପିଇବା ପାଣି ସୁବିଧା ନଥିବାରୁ ଏକମାତ୍ର ପାଖରେ ଥିବା ଗଡିଆ ହିଁ ଭରସା ।ଗୃହ ପାଳିତ ପଶୁ ଏବଂ ଗ୍ରାମବାସୀ ମାନେ ଗଡିଆ ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ଏଥିପ୍ରତି ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ଓ ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି । ସୋଲାର ଚାଳିତ ପମ୍ପ ଏବଂ ନଳକୂପ ଖୁବ ଶୀଘ୍ର କାର୍ୟ୍ୟକ୍ଷମ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି । ଏଥି ପ୍ରତୀ ସରକାର୍ କେବେ ଧ୍ୟାନ ଦେଉଛନ୍ତି ତାହା ଦେଖିବାକୁ ବାକି ରହିଲା
ଧର୍ମଶାଳା ରୁ ବେଦପ୍ରକାଶ ନାୟକ ଙ୍କ ରିପୋର୍ଟ nns ଓଡ଼ିଆ