କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ୫ ଜଣ ଲୁଟେରା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥି ସହ ଜଣେ ନାବାଳକ କୁ ଅଟକ ରଖିଛି ।ଏମାନଙ୍କ ଠାରୁ ୨୦ ହଜାର ଟଙ୍କା , ସହ ୩ ଟି ବାଇକ ୮ଟି ମୋବାଇଲ ଫୋନ ସହ ବାଇକ ଡିକି ଭାଙ୍ଗିବା ସାମଗ୍ରୀକୁ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ରାୟପୁର ଜିଲ୍ଲା ଔରାଡବ୍ରି ଥାନା ଔରାଡବ୍ରି ଗ୍ରାମର ଶିବା ନେତମ୍,ଗଞ୍ଜାମ ଜିଲ୍ଲା କୋଟିନାଡା ଥାନା ସାହାପୁର ଗ୍ରାମର ଏ, ଜଗନ୍ନାଥ ,ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ମୁଣ୍ଡମାଳ ଗ୍ରାମର ସନ୍ଦୀପ ପ୍ରଧାନ ,ସମୀର ପ୍ରଧାନ ଏବଂ ବିକି ପ୍ରଧାନ । ଏମାନଙ୍କ ନାମରେ କେନ୍ଦୁଝର ଜିଲ୍ଲା ତଥା ରାଜ୍ୟ ର ଵିଭିନ୍ନ ଥାନା ରେ ଲୁଟ ,ଛିନତାଇ ,ଚୋରି ଭଳି ମାମଲା ରହିଛି। ଗତ ଜୁଲାଇ ୩୦ ତାରିଖ ରେ ପାଟଣା ଥାନା ଦାସପଡା ଗ୍ରାମର ବିଦ୍ୟାଧର ମହାନ୍ତ ବଡ଼ବିଲ ବ୍ୟାଙ୍କ ଅଫ ଇଣ୍ଡିଆ ରୁ ୧୭ ହଜାର ଟଙ୍କା ଉଠାଇ ବାଇକ ରେ ଘରକୁ ଯାଉଥିବା ସମୟରେ ଲୁଟେରା ମାନେ ତାଙ୍କ ଠାରୁ ଟଙ୍କା ଭର୍ତ୍ତୀ ବ୍ୟାଗ ଝାମ୍ପି ନେଇଥିଲେ। ଏନେଇ ବିଦ୍ୟାଧର ପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଲୁଟେରା ଙ୍କୁ ଗିରଫ କରିଥିବା ସାମ୍ବାଦିକ ସମ୍ମିଳନୀରେ ଘଟଗାଁ ଏସ୍,ଡି,ପି ଓ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।