ବରଗଡ଼: ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗତକାଲି ବିଳମ୍ବିତ ରାତିରେ ପୋଲିସ ଓ ମାଓ ମୁହାଁ ମୁହିଁ । ଉଭୟ ପକ୍ଷରୁ ଘନ ଘନ ଗୁଳି ଚାଳନା ହୋଇଥିବା ଖବର ରହିଥିବା ବେଳେ ବରଗଡ଼ ଏସ୍ସି ଉକ୍ତ ଘଟଣାକୁ ନେଇ ମୁହଁ ଖୋଲିନାହାନ୍ତି। ତେବେ ପାଇକମାଲ ଥାନାରୁ ପ୍ରାୟ 18 କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ବଲାଙ୍ଗିର ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ସୂଚନା ରହିଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓ କ୍ୟାମ୍ପ ଠାବ କରିବା ସହ ବହୁତ୍ ମାଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି । ଉଭୟ ପଟରୁ କୁମ୍ବିଂ ଅପରେସନ ଜାରି ରହିଥିବା ବେଳେ ମାଓବାଦୀ ଛତ୍ରଭଙ୍ଗ ଦେଇ ବଲାଙ୍ଗିର ପଟକୁ ପଛଘୁଞ୍ଚା ଦେଇଥିବା ସୂଚନା ରହିଛି ।