ଭୁବନେଶ୍ବର: ବିନାହେଲମେଟରେ ବାଇକ ଚଲାଉଥିବା ଏବଂ ଗାଡି ପଛରେ ବସିଥିବା ଯାତ୍ରୀହେଲମେଟ ନ ପିନ୍ଧିଲେ ଏଣିକି ନିସ୍ତାର ନାହିଁ। କାରଣ ଏପ୍ରିଲ ୧ ରୁ ଏହି ନିୟମ ହେଲମେଟ୍ କଡାକଡି ଭାବେ ଲାଗୁ କରିବା ଲାଗି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ମଧୁସୂଦନ ପାଢୀ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ ଓ କମିସନରେଟ ପୁଲିସକୁ ଚିଠି ଲେଖିଛନ୍ତି। ଚଳିତ ବର୍ଷ ସଡକ ସୁରକ୍ଷା ସପ୍ତାହ ପରିବର୍ତ୍ତେ ସୁରକ୍ଷା ମାସ ପାଳନ କରାଯାଇଥିଲା। ନିକଟରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସଡକ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସଡକ ସୁରକ୍ଷା ମାସ ପାଳନ ଅବସରରେ ଅଧିକାଂଶ ବାଇକ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧୁ ନ ଥିବା ସମୀକ୍ଷା ବୈଠକରୁ ଜଣାପଡିଥିଲା। ହେଲମେଟ ନିୟମ କଡାକଡି ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧ରୁ ଏହି ଅଭିଯାନ ଆରମ୍ଭ ହେବ। ଏକମାସ ବ୍ୟାପୀ ହେବାକୁ ଥିବା ଏହି ଅଭିଯାନରେ ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ ପିନ୍ଧିବାକୁ ଯେପରି ଅଭ୍ୟାସରେ ପରିଣତ କରିବେ ସେ ନେଇ ସତର୍କ ଓ ସଚେତନ କରାଯିବ। ଏହି ଅଭିଯାନରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଏନଫୋର୍ସମେଣ୍ଟ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ନିେୟାଜିତ କରାଯିବ। ଦରକାର ପଡିଲେ ରିଜର୍ଭ ପୁଲିସ ଫୋର୍ସ ନିୟୋଜିତ କରିବାକୁ କୁହାଯାଇଛି। ବୈଠକର ନିଷ୍ପତ୍ତି କାର୍ଯ୍ୟକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ହେଲମେଟ ନିୟମ କିପରି କାର୍ଯ୍ୟକାରୀ କରାଯାଉଛି ସେ ନେଇ ପ୍ରତି ସାତଦିନରେ ଥରେ ପରିବହନ କମିସନରଙ୍କୁ ରିେପାର୍ଟ ଦେବାକୁ କୁହାଯାଇଛି। ପୁଲିସ ଓ ଆଞ୍ଚଳିକ ପରିବହନ ଅଧିକାରୀ ପୃଥକ ଭାବେ ଏ ସଂକ୍ରାନ୍ତ ରିେପାର୍ଟ ଦାଖଲ କରିେବ। ଏହାଛଡା ବିଭାଗୀୟ ଷ୍ଟାଣ୍ଡିଂ କମିଟି ନିୟମିତ ବୈଠକ କରିବା ସହ ତତ୍ ସମ୍ପର୍କିତ ରିେପାର୍ଟ ଦାଖଲ କରିେବ। ସଡକ ଦୁର୍ଘଟଣାଜନିତ ମୃତ୍ୟୁହାର କମାଇବା ଦିଗରେ ମଧ୍ୟ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ସଡ଼କ ଦୁର୍ଘଟଣା ହାର କମାଇବା ଦିଗରେ ପରିବହନ ବିଭାଗ ପକ୍ଷରୁ ଏଣିକି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି। ତଦନୁସାରେ ୨୦୨୦ରେ ଘଟିଥିବା ଦୁର୍ଘଟଣାଜନିତ ମୃତାହତ ସଂଖ୍ୟା ଯେପରି ୧୦ ପ୍ରତିଶତ କମାଯାଇପାରିବ ସେ ଦିଗରେ ତଦାରଖ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଛି।