ରାଜ୍ୟରେ କରୋନା ସଂକ୍ରମଣ ଦୃତଗତିରେ ବଢିଚାଲିଥିଲା ବେଳେ ଏହାର କାରଣ ପଡୋଶି ରାଜ୍ୟରୁ ଆସିବା ବୋଲି ସରକାର ସନ୍ଦେହ କରି ପଶ୍ଚିମବଙ୍ଗରୁ ଆସୁଥିବା ସମସ୍ତ ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡିବ ବୋଲି ଆଜି ରାଜ୍ୟ ମୁକ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି । ପଶ୍ଚିମବଙ୍ଗରେ ଦେଖାଯାଇଥିବା କରୋନାର ନୁଆଷ୍ଟ୍ରେନ୍ ଯାହାକୁ ବିଶେଷଜ୍ଞ ମାନେ ତ୍ରୀପଲ ମୁଟାଣ୍ଟ ବୋଲି କହୁଛନ୍ତି । ତାହା କିପରି ଓଡିଶାରେ ନବ୍ୟାପେ ସେଥିପାଇଁ ରାଜ୍ୟ ସରକାର ଆଜି ଏହି ନିଷ୍ପତି ନେଇଛନ୍ତି । ବର୍ତମାନ ଦିଲ୍ଲୀରୁ ଆରମ୍ଭ କରି ମହାରାଷ୍ଟ୍ର, ଛତିଶଗଡ ଏବଂ ପଶ୍ଚିମବଙ୍ଗ ରେ ଏବେ ତ୍ରୀପଲ ମୁଟାଣ୍ଟ ଦେଖା ଯାଇଥିଲା ବେଳେ ଏହି ପରିସ୍ଥିତିକୁ ଏଡାଇବା ପାଇଁ ଓଡିଶା ସରକାର ଏହି ନିଷ୍ପତି ଗ୍ରହଣ କରିଛନ୍ତି । ତେବ ଓଡିଶାର ସମସ୍ତ ରାସ୍ତା ଯେପରିକି ଗାଁ ମଧ୍ୟରେ ଯାଇଥିବା ରାସ୍ତାରେ ମଧ୍ୟ ଯାଂଚ କଡାକଡି କରାଯିବ, ଏହା ସହିତ ଯେଉଁ ମାନେ ଆରଟିପିସିଆର ନେଗେଟିଭ ବା ଦୁଇ ଡୋଜ କୋଭିଡ ଟିକା ନେଇଥିବା ରିପୋର୍ଟ ଦେଖାଇବେ ସେମାନଙ୍କୁ ଘରକୁ ଯିବାକୁ ଅନୁମତି ମିଳିବ । ସିମାବର୍ତି ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ସବୁ ସୀମାରେ ଚେକିଂ କରିବେ ବୋଲି ମୁଖ୍ୟ ଶାସନ ସଚିବ ଜଣାଇଛନ୍ତି ।