ମନିପର୍ସ ଫେରସ୍ତକୁ ନେଇ ବାରିପଦା ସହରରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ଗୋଷ୍ଠୀବଧ୍ୟ ଭାବେ ଜଣେ ଯୁବକକୁ କରାଯାଇଛି ହତ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାରିପଦା ସହର ସୁନଗଡ଼ିଆ ସ୍ଥିତ ଟିବି ହସ୍ପିଟାଲ ସମ୍ମୁଖରେ। ସୂଚନାଯୋଗ୍ୟ ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ମୁଖି ଏକ ମନିପର୍ଶ ପାଇଥିଲେ ଯେଉଁଥିରେ କି ୫୫୦ ଟଙ୍କା ଥିଲା। ପରେ ସେ ପର୍ଶ ସ୍ଥାନୀୟ ଲୋକର ହୋଇଥିବା ଜାଣିପାରି ତାଙ୍କୁ ପର୍ଶ ଫେରାଇଥିଲେ ମଧ୍ୟ ସେ ବ୍ୟକ୍ତି ଜଣକ ୧୩୫୦ ଟଙ୍କା ଥିବାର ଦାବି କରିବା ସହ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ପରେ ମଦ୍ୟପ ଯୁବକ ଓ କିଛି ମହିଳା ରାମଚନ୍ଦ୍ରଙ୍କ ପରିବାର ବର୍ଗଙ୍କୁ ମାଡ଼ ମାରିବା ସହ ଦୁଇ ମହିଳା ଏବଂ ଜଣେ ପୁରୁଷଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।
ମୃତ ରାମଚନ୍ଦ୍ର ମୂଖୀଙ୍କୁ ଏକ ନିର୍ଜନ ସ୍ଥାନରେ କିଛି ନିଶାଶକ୍ତ ଯୁବକ ବିଭତ୍ସ ହତ୍ୟା କରିଥିଲେ। ଘଟଣାସ୍ଥଳରେ ବାରିପଦା ଟାଉନ ଥାନା ପୋଲିସ ପହଁଚି ତଦନ୍ତ ଜାରି ରଖିଛି। ମୃତକଙ୍କ ପରିବାର ବର୍ଗ ବାରିପଦା ଥାନାରେ ଆସି ନ୍ୟାୟ ଦାବିରେ ଅସନ୍ତୋଷ ପ୍ରକାଶ କରିବା ସହ ପୋଲିସ ଉପରକୁ ପଥର ମାଡ଼ କରିଥିଲେ। ବାରିପଦା ଟାଉନ ଥାନା ଅଧିକାରୀ ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ପରେ ସ୍ଥିତି ସାମାନ୍ୟ ହୋଇଥିଲା। ତେବେ ପୋଲିସ ହତ୍ୟା ଘଟଣାରେ ସଂପୃକ୍ତ କିଛି ଯୁବକଙ୍କୁ ଥାନାକୁ ଆଣି ପଚାର ଉଚୁର କରୁଛି