ସୁକିନ୍ଦା ବ୍ଲକ ଅଧିନସ୍ଥ ଲେମ୍ବୋ ପଞ୍ଚାୟତର ପର୍ଯ୍ୟଟନ କ୍ଷେତ୍ର ଅଶୋକଝରକୁ ସଂଯୋଗ କରୁଥିବା ସୁକିନ୍ଦା ମାଧପୁର ସ୍କୁଲ ପାଖ ରାସ୍ତା ଏବେ ବିପଦ ଜନକ ପଲଟିଥିବା ଦେଖିବକୁ ମିଳିଛି । ଏହି ରାସ୍ତା ଉପରେ ରେଲୱେ ଠିକାଦାର jvv କମ୍ପାନୀ ଓଭର ବ୍ରିଜ କାର୍ଯ୍ୟ ବିଳମ୍ବ କରୁଥିବାରୁ ଏହି ସମସ୍ୟା ପ୍ରତେକ ବର୍ଷ ବର୍ଷା ଦିନରେ ଦେଖିବକୁ ମିଳିଥାଏ । ସୋମବାର ବିଳମ୍ବିତ ରାତିରେ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଯୋଗୁଁ ଏହି ରାସ୍ତାରେ ଆଜି ଜନସାଧାରଣ ଯାତାୟତ କରିବା ବହୁ କଷ୍ଟ ସାଧକ ପଲଟିଥିବା ଦେଖିବକୁ ମିଳିଛି । ଏଥିପ୍ରତି ସରକାରୀ ଅଧିକାରୀ ମାନେ ନିତ୍ୟାନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣ ଲୋକେ ଦାବି କରିଛନ୍ତି ।