ପର୍ଯ୍ୟଟକ ଡଙ୍ଗା ଓଲଟିଥିବା ବେଳେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଓ ମହିଳା ଅଛନ୍ତି। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସମେତ କେରଳ ମୁଖ୍ୟମନ୍ତ୍ରୀ ବି ଏହି ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି।
ଏନଡିଆରଏଫ ଟିମ୍, ଅଗ୍ନିଶମ ବାହିନୀ ଓ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏ ଯାବତ ୨୧ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ସାରିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଛୋଟ ଛୁଆ ଓ ମହିଳା ଅଛନ୍ତି। ଗୁରୁତର ଅବସ୍ଥାରେ ଉଦ୍ଧାର ଯାତ୍ରୀଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବେ ବି ଖୋଜାଖୋଜି ଜାରି ରହିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ସନ୍ଧ୍ୟା ପ୍ରାୟ ୭ଟା ବେଳେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ନେଇ ନୌକା ବିହାର କରୁଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏହି ଡଙ୍ଗାରେ ଅଧିକାଂଶ ପିଲାଥିବା ବେଳେ ଖରା ଛୁଟିରେ ସେମାନେ ନୌକା ବିହାରର ମଜା ନେବାକୁ ଆସିଥିଲେ। ଅତ୍ୟଧିକ ଯାତ୍ରୀଙ୍କ ହେତୁ ଡଙ୍ଗାଟି ଓଲଟି ପଡ଼ିଥିବା ବେଳେ ତା’ ତଳେ ବହୁ ଜଣ ଚାପି ହୋଇଯାଇଥିଲେ।