ନୟାଗଡ଼: ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲା ରାୟ ଆସିଲା । ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।
୨୦୨୦ ମସିହା ଜୁଲାଇ ୧୪ରେ ଘର ଅଗଣାରୁ ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା । ନିଖୋଜ ହେବାର ୧୦ ଦିନ ପରେ ଘର ନିକଟସ୍ଥ ପୋଖରୀରୁ ଏକ ବସ୍ତା ଭିତରୁ ପରୀର ଦେହାବଶେଷ ଉଦ୍ଧାର କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ଭାର ନେଇଥିଲା । ଏପରିକି ଏହି ଘଟଣା ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରିବା ସହ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିବା ପରେ ଅଭିଯୁକ୍ତଙ୍କୁ ଠାବ କରିବାରେ ସଫଳ ହୋଇଥିଲା କ୍ରାଇମବ୍ରାଞ୍ଚ । ୩୧ ଜଣ ସାକ୍ଷୀ ଓ ୧୩୫ଟି ଦସ୍ତାବିଜ ଏବଂ ୧୮ଟି ପ୍ରମାଣକୁ ଭିତ୍ତିକରି ହତ୍ୟା ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଦେଇଛନ୍ତି କୋର୍ଟ ।