ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ବୈକୁଣ୍ଠନାଥ ଉଚ୍ଚଶିକ୍ଷା ପ୍ରତିଷ୍ଠାନରେ ଛାତ୍ରୀଙ୍କୁ ପରୀକ୍ଷା ନିରିକ୍ଷକ ଙ୍କ ଅସାଦାଚାରଣ ଅଭିଯୋଗ ରେ ତିନି ଜଣ ପରୀକ୍ଷା ନିରୀକ୍ଷକ ଙ୍କୁ ତାଲା ମାରି ଅଟକ ରଖିଛନ୍ତି ଛାତ୍ର ଛାତ୍ରୀ , ସୂଚନା ଅନୁଯାୟୀ ଆଜି ଏହି କଲେଜ ରେ +2 ପରୀକ୍ଷା ଚାଲୁଥିବା ବେଳେ କପି ଚେକିଂ କରିବା ବାହାନାରେ 3 ଜଣ ପରୀକ୍ଷା ନିରୀକ୍ଷକ ପରୀକ୍ଷା ହଲ ଭିତରେ ପଶି ଛାତ୍ରୀ ମାନଙ୍କୁ ଅସାଦାଚାରଣ କରିଥିଲେ, ଯାହାକୁ ନେଇ ଶତାଧିକ ଛାତ୍ରୀ 3 ଜଣଙ୍କୁ ଅଟକ ରଖି ଗେଟରେ ତାଲା ମାରି ଦେଇଥିଲେ, ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ କମର୍ଦ୍ଦା ପୋଲିସ କଲେଜରେ ପହଞ୍ଚି ଉତ୍ଯକ୍ତ ଛାତ୍ରୀ ମାନଙ୍କୁ ବୁଝାସୁଝା କରୁଛି,