<h3>ପୁରୀ: ପୁରୀ କୃଷ୍ଣପ୍ରସାଦ ମାଲୁଦ ପଞ୍ଚୁ ଦୋଳ ପଡିଆରେ ୨ ଦିନ ଧରି ମହାପ୍ରଭୁଙ୍କୁ ପରିତ୍ୟକ୍ତ ଅବସ୍ଥାରେ ପକାଇବା ଘଟଣାକୁ ନେଇ ସାରା ରାଜ୍ୟରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଭଳି ଅପମାନ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଏହି ଘଟଣାକୁ କଡ଼ା ସମାଲୋଚନା କରିଛନ୍ତି। ବିଜୁ ଯୁବ ଜନତା ଦଳ କାର୍ଯ୍ୟକ୍ରମ ସରିବା ପରେ ଯେଭଳି ମହାପ୍ରଭୁଙ୍କୁ ଅପମାନ କରିଛି ସମ୍ବିତ ପାତ୍ର ତାହାକୁ କଡ଼ା ସମାଲୋଚନା କରିଛନ୍ତି। ରାଜନୀତି ପ୍ରଚାର୍ ନାମରେ ମହାପ୍ରଭୁଙ୍କୁ ଅପମାନ ଜମା ବି ଗ୍ରହଣୀୟ ନୁହେଁ ବୋଲି ସମ୍ବିତ କହିଛନ୍ତି। ତୁରନ୍ତ ବିଜେଡି କ୍ଷମା ପ୍ରାର୍ଥନା କରୁ ବୋଲି ସମ୍ବିତ ଦାବି କରିଛନ୍ତି। ତେବେ ଘଟଣାକୁ ନେଇ ବିଜେଡି କୌଣସି କ୍ଷମା ମାଗି ନଥିବା ବେଳେ ଏହାକୁ କେହି କ୍ଷମା ନଦେବାକୁ ସେ ଜଗନ୍ନାଥ ପ୍ରେମୀଙ୍କୁ ନିବେଦନ କରିଛନ୍ତି। ସମ୍ବିତ କହିଛନ୍ତି ଏହା ରାଜନୀତିର କଥା ନୁହେଁ, ଏହା ଧର୍ମର କଥା। କୋଟି କୋଟି ଲୋକଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ସମ୍ମାନ କଥା। ତୁରନ୍ତ ଏ ନେଇ ବିଜେଡି କ୍ଷମା ପ୍ରାର୍ଥନା କରୁ।</h3> <h3>ଏକ ନିର୍ବାଚନ ସଭା କାର୍ଯ୍ୟ ସରିବା ପରେ ଟେଣ୍ଟ ହାଉସ୍ ମାଲିକ ମହାପ୍ରଭୁ ଙ୍କ ମୂର୍ତ୍ତିକୁ ପଡିଆ ମଝିରେ ଖୋଲା ମେଲାରେ ଛାଡି ପଳାଇଗଲେ। ଦିନେ କି ଦୁଇ ଦିନ ନୁହେଁ ୨ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଡହ ଡହ ଖରାରେ ଖୋଲା ମେଲାରେ ପଡିଆ ମଝିରେ ପରିତ୍ୟକ୍ତ ଅବସ୍ଥାରେ ଛାଡି ଚାଲିଗଲେ। ଏହି ଦୃଶ୍ୟ ନଜରକୁ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିକୁ ଅପମାନ କରିଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପୁରୀ ଜିଲ୍ଲା ପ୍ରଶାସନ ନେବାକୁ ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି। ତେବେ ସୂଚନା ଅନୁଯାୟୀ ଗତ ୧୯ ତାରିଖରେ କୃଷ୍ଣପ୍ରସାଦ ବ୍ଲକ ମାଲୁଦ ପଞ୍ଚୁ ଦୋଳ ପଡ଼ିଆରେ ବିଜୁ ଜନତା ଦଳ ପକ୍ଷରୁ ଏକ ନିର୍ବାଚନ ସଭା ଅନୁଷ୍ଠିତ ହେଇଥିଲା। କାର୍ୟକ୍ରମ ରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ଉପସ୍ଥିତ ଥିଲେ। ତେବେ ବହୁ ଆଡମ୍ବରରେ ନିର୍ବାଚନ ସଭା ଅନୁଷ୍ଠିତ ହୋଇଥିଲା। ହେଲେ ନିର୍ବାଚନ ସଭା ସରିବା ପରେ ଟେଣ୍ଟ ହାଉସ୍ ମାଲିକ ସବୁ ସାମଗ୍ରୀ ନେଇଥିବା ବେଳେ ମହାପ୍ରଭୁଙ୍କ ମୂର୍ତ୍ତି ସହ କିଛି ସାମଗ୍ରୀ ପଡିଆରେ ଦୁଇ ଦିନ ହେବ ରଖିଥିଲେ। ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଏକ ଅଖାରେ ଗୁଡ଼ାଇ ରଖିଥିଲେ। ତେବେ ପବନ ଯୋଗୁଁ ଅଖା ବସ୍ତାଟି ଚିରି ଯିବାରୁ ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଦେଖା ଯାଇଥିଲା। ଧୁ ଧୂ ଖରାରେ ପଡି ରହିଥିଲେ ପ୍ରଭୁ ଜଗନ୍ନାଥ। ସେହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆଉ ସହିପାରିନଥିଲେ। ଏଭଳି ଅପମାନ କରିଥିବା ବ୍ୟକ୍ତି ବିଶେଷକୁ କଡ଼ା କରିଥିଲେସମାଲୋଚନା କରିଥିଲେ ପରେ ମହାପ୍ରଭୁଙ୍କ ମୂର୍ତ୍ତିକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।</h3> <h3>ତେବେ ସଭା କାର୍ୟ୍ୟ ଦୁଇ ଦିନ ହେବ ସରିଥିବା ବେଳେ କାହିଁକି ଟେଣ୍ଟ ହାଉସ୍ ମାଲିକ ଏଭଳି ଖାମ ଖିଆଲି ଢଙ୍ଗରେ ପଡିଆ ମଝିରେ ପରିତ୍ୟକ୍ତ ଭାବେ ମହାପ୍ରଭୁଙ୍କୁ ଛାଡି ପଳାଇଲେ ତାହା ଜଗନ୍ନାଥ ପ୍ରେମୀ ପ୍ରଶ୍ନ କରିଛନ୍ତି। କୋଟି ଓଡିଆଙ୍କ ମଉଡ ମଣି, କୋଟି କୋଟି ଭକ୍ତଙ୍କ ଆରାଧ୍ୟ ଦେବତାଙ୍କ ପ୍ରତି ଏଭଳି ଅପମାନକୁ ଜଗନ୍ନାଥ ପ୍ରେମୀ ଗ୍ରହଣ କରିପାରିନାହାନ୍ତି। ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ କଠୋର କାର୍ୟ୍ୟାନୁଷ୍ଠାନ ନେବାକୁ ଭକ୍ତ ଦାବି କରିଛନ୍ତି।</h3>