<h3>ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚାଷୀମାନେ ଅଖି ମୁଠି ଅନୁକୂଳ କରିଛନ୍ତି। ପରମ୍ପରା ଅନୁଯାୟୀ ପ୍ରତିବର୍ଷ ପୂଜା ପାଉଥିବା ଜାଗାକୁ ଯାଇ ଚାଷୀ ନିଜ ଘରୁ ଆଣିଥିବା ନୂଆ କୋଦାଳରେ ମାଟିକୁ ଖୋଳି ସେଥିରେ ପୂଜାର୍ଚ୍ଚନା କରିବା ସହ ଭୋଗ, ବସ୍ତ୍ର ଆଦି ସର୍ମପଣ କରି ଘରୁ ଆଣିଥିବା ବିହନକୁ ଜମିରେ ବୁଣି ଚାଷ କାମ ଆରମ୍ଭ କରିଥାଏ |</h3> <h3>ସେହିଭଳି ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ୟ୍ୟ ଅନୁକୂଳ ହୋଇଛି । ସେପଟେ ପବିତ୍ର ଅକ୍ଷୟ ତୃତୀୟା ରେ ପରମ୍ପରା ଅନୁଯାୟୀ ଆଜିଠୁ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ୟ୍ୟର ଅନୁକୂଳ ହେବା ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁ । ସେପଟେ ବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଠାରେ ଅଖିମୁଠି ଅନୁକୂଳ ଓ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝି ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଛନ୍ତି । ପ୍ରଥମେ ମାଟି ପୂଜା କରି ଧାନ ବୁଣିବା ସହତ ହଲ କରିଥିଲେ । ଏହି କାର୍ୟକ୍ରମରେ ଜିଲ୍ଲାର ଅଗ୍ରଣୀ ଚାଷୀଙ୍କ ସହିତ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀମାନେ ସାମିଲ ହୋଇଥିଲେ ।</h3>