ବ୍ୟୁରୋ : ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅବସ୍ଥାରେ.. ଭୁବନେଶ୍ୱର କିମସ ହସ୍ପିଟାଲ ରେଭର୍ତ୍ତୀ କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇ ଆସୁଥିଲେ। ଯେଉଁଠି ପାଇଁ ସେ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରି ଆସୁଥିଲେ। ଗତକାଲି ରାତି ହଟାତ ତାଙ୍କ ଦେହ ହାତ ବିନ୍ଧିବା ସହ ଅତ୍ୟଧିକ ଦୁର୍ବଳ ହୋଇ ପଡ଼ିଥିଲେ। ଯେହେତୁ ଗତକାଲି ଅତ୍ୟଧିକ ଗରମ ଅନୁଭୂତ ହେଉଥିଲା ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛି ଦେଇଥିଲେ। କିନ୍ତୁ ତାପରେ ମଧ୍ୟ ସେ ଏତେ ଦୁର୍ବଳ ହୋଇ ପଡିଲେ ଯେ ବିଛଣାରୁ ଉଠି ପାରି ନଥିଲେ। ଡାକ୍ତର ଙ୍କ କହିବା କଥା ବର୍ତ୍ତମାନ ତାଙ୍କର ଅବସ୍ଥା ଠିକ ଥିବାବେଳେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥିତ କିମ୍ସ ଡାକ୍ତରଖାନା କୁ ନେଇଛନ୍ତି । କଣ୍ଢେଇ ନୃତ୍ୟକୁ ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ଵାରା ବିଶ୍ଵ ଦରବାରରେ ପରିଚିତ କରି ଥିବାରୁ ତାଙ୍କୁ ଭାରତ ସରକାର ଗତବର୍ଷ ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ। ଗତ କିଛିଦିନ ତଳେ ତାଙ୍କ ବଡ ପୁଅକୁ ହରାଇଥିବା ବେଳେ କିଛି ବର୍ଷ ପୂର୍ବେ ତାଙ୍କ ସାନ ପୁଅ କୁ ହରାଇ ଥିଲେ। ଏହି ସବୁ ଦୁଃଖଦ ଘଟଣା କୁ ଭାବି ଭାବି ତାଙ୍କ ଶରୀର ଅସୁସ୍ଥ ରହୁଥିଲା।