କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଧିନ ରେ ଥିବା ସମସ୍ତ ବଜାର ଗୁଡିକୁ କୋଭିଡ୍ ନିୟମ ମାନୁଛନ୍ତି କି ନାହିଁ ଯାଚ କରାଯାଉଛି । ଏହି ଲକଡାଉନ ସମୟରେ ଗୋଗୁଆ ବଜାରରେ ଜଣେ ଜର୍ଦ୍ଦା ହୋଲସେଲରଙ୍କ ଖୋଲା ଗୋଦାମ ଉପରେ ଚଢାଉକରି ପଟ୍ଟାମୁଣ୍ଡାଇ ପୋଲିସ ଆଜି ଜୋରିମାନା ଆଦାୟ କରିଛି । ନନ୍ଦି ହୋଲସେଲରଙ୍କ ଗୋଦାମକୁ ସିଲ୍ କରିଛି ପୋଲିସ । ନନ୍ଦି ହୋଲସେଲର ମାଲିକ ସୁବାଷ ନନ୍ଦି ପ୍ରତିଦିନ ତାଙ୍କ ହୋଲସେଲ୍ ଗୋଦାମର ଆଗରେ ତାଲାପକାଇ ପଛପଟଖୋଲି ବ୍ୟବସାୟ କରିଆସୁଥିଲେ । ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୋଲିସକୁ ସ୍ଥାନୀୟ ଲୋକମାନେ ଖବରଦେଇଥିଲେ । ଆଜି ପୋଲିସ ସୁବାଷଙ୍କୁ ୨୦୦୦ ହଜାର ଟଙ୍କା ଜରିମାନା କରିବା ସହିତ ତାଙ୍କ ଗୋଦାମକୁ ସିଲ କରିଛି । ଏହା ସହିତ ବଜାରରେ ବୁଲି କୋଭିଡ୍ ନିୟମ ଲୋକମାନେ ଠିକ୍ ଭାବରେ ମାନୁଛନ୍ତି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ ।