କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପଟ୍ଟାମୁଣ୍ଡାଇ ସହରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୨ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଟକଣା ଲଗାଯାଇଛି। ସହରର ସବୁ ଦୋକାନ ବଜାର ବନ୍ଦ ରହିଛି। ଗୋଟିଏ ସ୍ଥାନରେ ୫ ରୁ ଅଧିକ ଲୋକଙ୍କ ଏକତ୍ରୀକରଣ ଉପରେ କଟକଣା ଲଗାଯାଇଛି। ଗତକାଲି ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୧୧ ନଂ ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା। ଗୋଟିଏ ଗୋଷ୍ଠୀ ଅପର ଗୋଷ୍ଠୀ ଲୋକଙ୍କ ଘରେ ପଶି ଆକ୍ରମଣ କରିଥିଲେ। ଏଥିରେ ୧୦ରୁ ଉର୍ଦ୍ଧ୍ଵ ଆହତ ହୋଇଥିଲେ। ଫଳରେ ଆକ୍ରମଣର ଶିକାର ହୋଇଥିବା ଗୋଟିଏ ଗୋଷ୍ଠୀ ଥାନା ଆଗରେ ଧାରଣା ଦେବା ସହ ବାଇପାସ୍, ମେଡିକାଲ ଓ ରାଜନଗର ଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଏହାଦ୍ଵାରା ସହରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପଟ୍ଟାମୁଣ୍ଡାଇ ସହରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଦିନ ୨ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ କଟକଣା ଲଗାଯାଇଛି। ସବୁ ଦୋକାନ ବଜାର ବନ୍ଦ ରହିଛି। ୫ କିମ୍ବା ଅଧିକ ବ୍ୟକ୍ତିଙ୍କ ଏକତ୍ରୀକରଣ ଉପରେ କଟକଣା ଲଗାଯାଇଛି। ଉଭୟ ଗୋଷ୍ଠୀର ହାତାହାତିରେ ଏକାଧିକ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଲାଠି କିମ୍ଵା କୌଣସି ମାରଣାସ୍ତ୍ର ଧରିବା ଉପରେ କଟକଣା ଲଗାଯାଇଛି।