ପଞ୍ଜାବର ଲକ୍ଷାଧିକ କୃଷକ ପଞ୍ଜାବ ଏବଂ ହରିୟାଣାର ଦୁଇଟି ସୀମାରେ ରହୁଥିବା ବେଳେ ଅମ୍ବାଲା ନିକଟସ୍ଥ ଶମ୍ଭୁ ସୀମାରେ ସୁରକ୍ଷା କର୍ମୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ୍ ସେଲ୍ ମାଡ଼ କରିଛନ୍ତି। କୃଷକମାନେ ସେଠାରେ ଏକତ୍ରିତ ହୋଇ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ଆରମ୍ଭ କରିବେ। ପ୍ରଥମେ କୃଷକ ନେତାମାନେ ଏକ ବୈଠକ କରି ଶମ୍ଭୁ ସୀମାରେ ବହୁସ୍ତରୀୟ ବ୍ୟାରିକେଡ୍ ଭାଙ୍ଗି ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।
କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀ ଟ୍ରାଫିକ୍ ବ୍ୟବସ୍ଥା ଅସମ୍ଭାଳ । ରାସ୍ତାରେ ଫସିଛନ୍ତି ହଜାର ହଜାର ଲୋକ । କୃଷକ ଆନ୍ଦୋଳନ ଯୋଗୁଁ ଦିଲ୍ଲୀର ସୀମାଗୁହିକୁ ସିଲ କରାଯାଇଥିବାରୁ ଏଭଳି ପ୍ରତିକୂଳ ଟ୍ରାଫିକ୍ ସମସ୍ୟା ଦେଖାଯାଇଛି ।ଚାଷୀ ଆନ୍ଦୋଳନ ଯୋଗୁଁ ହରିୟାଣାରେ ମଧ୍ୟ ଆଉ ଦୁଇ ଦିନ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ହରିୟାଣା ସରକାର ଫେବ୍ରୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛନ୍ତି । ଅମ୍ବାଲା, କୁରୁକ୍ଷେତ୍ର, କୈଥାଲ, ଜିନ୍ଦ, ହିସାର, ଫତେହାବାଦ, ସିରସା ଏବଂ ଡାବବାଲୀରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ସେହିପରି ରାଜସ୍ଥାନର ତିନିଟି ଜିଲ୍ଲା ଶ୍ରୀଗଙ୍ଗାନଗର, ଅନୁପଗଡ଼ ଓ ହନୁମାନଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ବେଳେ ୧୫ଟି ଜିଲ୍ଲାରେ ୧୪୪ ଧାରା ଜାରି କରାଯାଇଛି । ଏହି ଆନ୍ଦୋଳନ ପରେ ଚାଷୀମାନେ ଦିଲ୍ଲୀ ଅଭିମୁଖେ ପଦଙ୍କାତ୍ରା ଜାରି ରଖିବାକୁ ଘୋଷଣା କରିଛନ୍ତି । ପଞ୍ଜାବରେ ୧୪୪ ଧାରା ଜାରି ସତ୍ତେ୍ୱ ମଙ୍ଗଳବାର ହଜାର ହଜାର ଆନ୍ଦୋଳନକାରୀ ଚାଷୀ ଟ୍ରାକ୍ଟର-ଟ୍ରଲି ଓ ବନ୍ଧୁକ ଧରି ଶମ୍ଭୁ ସୀମା ଓ ଦାତା ସିଂହ ସୀମାରେ ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । ବିକ୍ଷୋଭକାରୀମାନେ ପୁଲିସ ଉପରକୁ ମଧ୍ୟ ପଥର ମାଡ଼ କରିଥିଲେ । ତେବେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ପାଣି ମାଡ଼, ଲୁହବୁହା ଗ୍ୟାସ୍ ଓ ଲାଠି ଚାଳନା କରାଯାଇଥିଲା । ଏପରିକି ପଥର ମାଡ଼ରେ ୨୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।