ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ବିଭିନ୍ନ ପଦବୀ ପାଇଁ ସରଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ପ୍ରକାଶିତ ଉକ୍ତ ଚିଠା ତାଲିକାରେ ଅତ୍ୟନ୍ତ ତ୍ରୁଟି ପୂର୍ଣ୍ଣ ତଥ୍ୟ ଆଧାରରେ ଜଗତସିଂହପୁର ଜିଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଞ୍ଚାୟତରେ ସମିତି ସଭ୍ଯ ଓ ଜଣେ ୱାର୍ଡ଼ ସଭ୍ଯ ପଦବୀ ପାଇଁ ଅନୁସୂଚିତ ଜନଜାତିର ମହିଳାଙ୍କ ପାଇଁ ସରଂକ୍ଷଣ କରାଯାଇ ଥିବାର ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜାମୁଗାଁ ପଞ୍ଚାୟତରେ ଜଣେ ହେଲେ ଅନୁସୂଚିତ ଜନଜାତିର ଲୋକ ବାସ କରୁ ନଥିବାରୁ କିପରି ଭାବେ ତ୍ରୁଟିପୂର୍ଣ୍ଣ ତଥ୍ଯ ଆଧାରରେ ଏପରି କରାଯାଇଛି ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଫଳରେ ଏହାର ପ୍ରତିବାଦ କରି ପଞ୍ଚାୟତର ଶତାଧିକ ଲୋକେ ପ୍ରକାଶିତ ତ୍ରୁଟିକୁ ସୁଧାରିବା ଦାବିରେ ନାଉଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଛନ୍ତି। ପ୍ରଶାସନ ଏଥି ପ୍ରତି ଦୃଷ୍ଟି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।