ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୋମବାର ପୁରୀ ସ୍ବର୍ଗଦ୍ବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ସୌମେନ୍ଦ୍ର ପ୍ରଧାନ ମୁଖାଗ୍ନି ଦେଇଛନ୍ତି। ଦେବେନ୍ଦ୍ରଙ୍କ ଶେଷକୃତ୍ୟରେ ବାବା ରାମଦେବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ । ଏପରିକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ, ବହୁ ଶୁଭେଚ୍ଛୁ ଉପସ୍ଥିତ ଥିଲେ। ଗତକାଲି ସଂଧ୍ୟାରେ ଭୁବନେଶ୍ବର ବିମାନବନ୍ଦରରେ ପହଂଚିବା ପରେ ଦେବେନ୍ଦ୍ରଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରେ ବିଭିନ୍ନ ଦଳର ରାଜନେତା ପଂହଚିଥିଲେ । ଏହାପରେ ମରଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ପରେ ଦେବେନ୍ଦ୍ରଙ୍କ ପାର୍ଥିବ ଶରୀରକୁ ତାଙ୍କ ଭୁବନେଶ୍ବରସ୍ଥିତ ବାସଭବନରେ ରଖାଯାଇଥିଲା । ଦେବେନ୍ଦ୍ରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ରହିଥିଲେ । ରାଜ୍ୟ ବାହାରର ଅନେକ ନେତା ବି ସାମିଲ୍ ହୋଇଥିଲେ । ଲୋକାରଣ୍ୟ ହୋଇ ଉଠିଥିଲା ସ୍ଵର୍ଗଦ୍ଵାର । ସମସ୍ତଙ୍କ ଲୋତକରେ ଝରି ଆସୁଥିଲା ଲୁହ । ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ଏକାଠି ହୋଇଥିବା ଜନଗଣ । ଦଳମତ ନିର୍ବିଶେଷରେ ସମସ୍ତେ ସାମିଲ୍ ହୋଇଥିଲେ ଦେବେନ୍ଦ୍ର ପ୍ରଧାନଙ୍କ ଶେଷକୃତ୍ୟରେ । ମଙ୍ଗଳବାର ସକାଳୁ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରୁ ଦେବେନ୍ଦ୍ର ପ୍ରଧାନଙ୍କ ମରଶରୀରକୁ ପୁରୀ ଅଭିମୁଖେ ନିଆ ଯାଇଥିଲା । ଦେବେନ୍ଦ୍ରଙ୍କ ଶେଷ ଯାତ୍ରାରେ ସାମିଲ୍ ହୋଇଥିଲେ ହଜାର ହଜାର ଲୋକ । ପାର୍ଥିବ ଶରୀରକୁ ପୁରୀ ନେବା ରାସ୍ତାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଲୋକେ । ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର ନିଆଯାଇଥିଲା। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷଯାତ୍ରାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ଭୁବନେଶ୍ବରରୁ ଏକ ସୁସଜ୍ଜିତ ଗାଡ଼ିରେ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ମୃତଦେହ ସ୍ୱର୍ଗଦ୍ୱାର ଶ୍ମଶାନକୁ ଅଣାଯିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କ ଶେଷ ଦର୍ଶନ ପାଇଁ ବହୁ ଶୁଭେଚ୍ଛୁ ଅପେକ୍ଷା କରିଥିଲେ । ବିଭିନ୍ନ ରାଜନୈଦିକ, ସାମାଜିକ ଓ ସାଂସ୍କୃତିକପକ୍ଷରୁ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ଶବାଧାରରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିଛନ୍ତି । ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜର ସମ୍ପାଦିକା ତନୟା ପଟ୍ଟନାୟକ ବି ଦେବେନ୍ଦ୍ର ପ୍ରଧାନଙ୍କ ଶେଷଦର୍ଶନ କରିଛନ୍ତି । ଆଜି ସକାଳେ ତାଙ୍କ ପାର୍ଥିବ ଶରୀରକୁ ପୁରୀ ନିଆଯାଇଛି । ୮୪ ବର୍ଷ ବୟସରେ ନୂଆଦିଲ୍ଲୀରେ ଦେବେନ୍ଦ୍ର ପ୍ରଧାନଙ୍କ ପରଲୋକ ହୋଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାପା ହେଉଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ରହିଥିଲେ ଦେବେନ୍ଦ୍ର ପ୍ରଧାନ।