<h3>କେନ୍ଦ୍ରାପଡା, ୦୮/୦୫/୨୪: ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ପ୍ରୟାସ । ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହ ରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ସମସ୍ତେ ଶାନ୍ତି ରେ ବଞ୍ଚିବାକୁ ଚାହୁଁଛନ୍ତି କିନ୍ତୁ ପ୍ରକୃତି ର ସନ୍ତୁଳନ କେହି ଚାହାନ୍ତି ନାହିଁ। ଶ୍ରେଷ୍ଠ ପ୍ରାଣୀ ମଣିଷ ର ପାଟି ଖୋଲୁଥିବା ରୁ ସେ ପାଣି ର ଆବଶ୍ୟକତା ଅତି ସହଜ ରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣିର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥାକୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ଭାଇମାନେ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥିଲେ। ଯାହା କେନ୍ଦ୍ରାପଡା ସହରର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କରେ ମାଟି ପାତ୍ର ବାନ୍ଧି ତା ମଧ୍ୟରେ ପାଣି ରଖିଥିଲେ। ସୁଦୂର ଆଳୀ ଅଞ୍ଚଳର ଦିବ୍ୟାଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ଏହି କାର୍ୟ୍ୟକ୍ରମରେ ଭାଗ ନେଇ ବାର୍ତ୍ତା ରଖିଥିଲେ କି ଧନ୍ୟ ଏହି ଟ୍ରଷ୍ଟ ଯେ, ପାଟି ନ ଖୋଲୁଥିବା ଜୀବ ମାନଙ୍କର ସେବା ପାଇଁ ତତ୍ପର।</h3>