ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୧୫.୦୨): ବାତ୍ୟାର ବିଭୀଷିକାରେ ବେହାଲ୍ ନ୍ୟୁଜିଲାଣ୍ଡରେ ଏବେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ରାଜଧାନୀ ୱେଲିଂଟନ ନିକଟସ୍ଥ ଲୋୟେର ହଟ୍ରୁ ୭୮ କିମି ଦୂର ଉତ୍ତର-ପଶ୍ଚିମ ଦିଗରେ ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ଼ କରାଯାଇଛି। ତେବେ ୪୮ କିମି ଗଭୀରରୁ ଏହି ଭୂମିକମ୍ପର ଝଟ୍କା ଅନୁଭତ ହୋଇଥିବା ନ୍ୟୁଜିଲାଣ୍ଡ ସରକାରୀ ଭୂବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏହା ପାରାପାରଉମୁ ଠାରୁ ୫୦ କିମି ଦୂରରେ ଏଙାର କେନ୍ଦ୍ର ସ୍ଥଳ ରହିଥିଲା। ତେବେ ଏତେ ବଡ଼ ଭୂମିକମ୍ପ ହୋଇଥିଲେ ମଧ୍ୟ କ୍ଷୟକ୍ଷତି ନେଇ ଏପର୍ୟ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ।
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବର୍ତ୍ତମାନ ସାମୁଦ୍ରିକ ଝଡ଼ ଗେବ୍ରିୟଲ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ଝଡ଼ରେ ଦେଶରେ ବନ୍ୟା ପରିସ୍ଥିତି ଦେଖା ଦେଇଥିବା ବେଳେ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି। ବାତ୍ୟା ଯୋଗୁ ୧୬ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସାମୁଦ୍ରିକ ଝଡ଼ ଗାବ୍ରିଏଲାକୁ ରବିବାର ନ୍ୟୁଜିଲାଣ୍ଡ ସ୍ଥଳଭାଗ ଛୁଇଁଥିଲା। ବାତ୍ୟା ତାଣ୍ଡବରେ ନ୍ୟୁଜିଲାଣ୍ଡର ଅନେକ ଅଞ୍ଚଳରେ ସଡ଼କ, ବିଦ୍ୟୁତ୍ ଆଦି ସେବା ବାଧାପ୍ରାପ୍ତ ହୋଇଛି।