ବାହୁଡା ଯାତ୍ରା ଦିନ ମା ସୁଭଦ୍ରାଙ୍କ ରଥ ଉପରକୁ ଅନଧିକୃତ ବ୍ୟକ୍ତିଙ୍କୁ ଚଢାଇବା ସମ୍ପର୍କରେ ଜଣେ ଦଇତାପତି ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୋମବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ଆଗାମୀ ୭ ଦିନ ଭିତରେ ଉତ୍ତର ଦେବାକୁ ନିଦେର୍ଶ ଦର୍ଶାଯାଇଛି ଏଥି ସହ ଚୂଡାନ୍ତ ନିଷ୍ପତ୍ତି ନ ହେବା ଯାଏ ସମ୍ପୃକ୍ତ ସେବକଙ୍କ ପ୍ରାପ୍ୟ ପାଉଣା ସ୍ଥଗିତ ରଖିବାକୁ ମଧ୍୍ୟ ଦଇତା ନିଯୋଗ ସମ୍ପାଦକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଇଦିଆଯାଇଥିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା । ତେବେ ଏନେଇ ଦଇତାପତି ନିଯୋଗ ସଂପାଦକ ଓ ବରିଷ୍ଠ ଦଇତାପତି ସେବକ ପ୍ରଶାସନର ଏପରୀ କାର୍ୟ୍ୟକୁ ନାପସନ୍ଦ କରିବା ସହ ଶ୍ରୀମନ୍ଦିର ପ୍ରଶାସନ ନୋଟିସ୍ ଫେରସ୍ତ ନେଇ ଘଟଣା ସଂପର୍କରେ ନିଯୋଗର ସଭାପତି ଓ ସଂପାଦକଙ୍କ ସହ ଆଲୋଚନା କରାଯାଉ ବୋଲି ମତବ୍ୟକ୍ତ କରି କହିଛନ୍ତି । ନୋଟିସ ସମ୍ପର୍କରେ ସୂଚନା ପ୍ରଦାନ କରି ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସ ମହାପାତ୍ର କହିଛନ୍ତି କି ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାର ସମସ୍ତ ନୀତିକ୍ରାନ୍ତି ଶୃଙ୍ଖଳିତ ତଥା ସମସ୍ତଙ୍କ ସହଯୋରେ ସୁରୁଖୁରୁରେ ସମ୍ପନ୍ନ ହୋଇଛି । ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ ନିଯୋଗ ସହ ଆଲୋଚନା କରି ସମସ୍ତ କାର୍ୟ୍ୟ କରାଯାଇଛି । ।ତେବେ କିଛି ଖବରକାଗରେ ପ୍ରକାଶ ପାଇଛି ପ୍ରଶାସନ ପକ୍ଷରୁ ନିଯୋଗକୁ କିଛି କାରଣ ଦର୍ଶାଅ ନୋଟିସ୍ ପ୍ରଦାନ କରାଯାଇଛି ତେବେ ଏପରି କିଛି ନୋଟିସ୍ ବର୍ତ୍ତମାନ ପର୍ୟ୍ୟନ୍ତ ତାଙ୍କର ହସ୍ତଗତ ହୋଇନାହିଁ । ଅପରପକ୍ଷରେ ରଥଯାତ୍ରା ପୂର୍ବରୁ ନିଯୋଗ ସହ ଶ୍ରୀମନ୍ଦିର ପ୍ରଶାସନ , ଜିଲାପାଳ ଙ୍କ ସହ ଆଲୋଚନା କରାଯାଇଥିଲା ସହାୟକ ମାନେ ରଥ ଉପରକୁ ଯିବେ ।ରଥରେ ବାକ୍ସ ମାନ ରଖିବେ ।ଠାକୁର ରଥରେ ବିଜେ ହେବା ପରେ ରଥ ଶୋଧ ବେଳେ ରଥ ତଳକୁ ଓହ୍ଲାଇ ଆସିବେ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ବାହୁଡା ଦିନ ଠାକୁର ରଥ ଉପରକୁ ଆସିନଥିଲେ କି ଶୋଧ ହୋଇନଥିଲା । ଉକ୍ତ ସମୟରେ ଉକ୍ତ ସହାୟକ ଜଣଙ୍କ ରଥ ଉପରେ ଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ତାଙ୍କୁ ତଳକୁ ଆସିବାକୁ କହିବା ମାତ୍ରେ ସେ ତଳକୁ ଚାଲି ଆସିଥିଲେ । ତେବେ ଏପରୀ ଛୋଟ ଘଟଣାକୁ ଅତିରଂଜିତ କରି ନୋଟିସ୍ କରିବା ଓ ପ୍ରାପ୍ର ପାହୁଣା ରୋକ କରବାକୁ ଚିଠି କରିବା ଗ୍ରହଣ ଯୋଗ୍ୟ ନୁହେଁ । ତେବେ ଯାହାହୋଇଛି ନିଯୋଗ ପକ୍ଷରୁ ପ୍ରତ୍ୟାହାର ନିମନ୍ତେ ପ୍ରଶାସନକୁ ଜଣାଯାଉଛି । ଆଗକୁ ଆଲୋଚନା କରାଯିବ । । ।ତେବେ ଯେଉଁ ବ୍ୟକ୍ତିଙ୍କୁ ପ୍ରଶାସକ ରଥ ଉପରୁ କାଢିଲେ ସେ ସହାୟକ ପାସ୍ ନେଇ ରଥ ଉପରକୁ ଯାଇଥିଲେ । ସେ ଜଣେ ମହାପ୍ରଭୁଙ୍କ ଭକ୍ତ ଅଟନ୍ତି । ଯେଉଁ ସମୟରେ ମହାପ୍ରଭୁଙ୍କ ନୀତି ନିମନ୍ତେ କସ୍ତୁରୀ ମିଳୁନାହି ସେ ସମୟରେ ଉକ୍ତ ସହାୟକ ଜଣଙ୍କ ଟଙ୍କା ଖଚ୍ଚ କରି ମହାପ୍ରଭୁଙ୍କ ଉଦେଶ୍ୟରେ କସ୍ତୁରୀ ଆଣି ପ୍ରଦାନ କରିଥିଲେ । ତେବେ ମୁଖ୍ୟପ୍ରଶାସନ ତାଙ୍କୁ ଯେଉଁଭଳି ଭାବରେ ରଥ ଉପରୁ କାଢିଲେ ତାହା ଅତ୍ୟନ୍ତ ନିନ୍ଦନୀୟ କାର୍ୟ୍ୟ ଅଟେ । ମାତ୍ର ମୁଖ୍ୟପ୍ରଶାସକ ତାଙ୍କର କାର୍ୟ୍ୟ କରିଥିଲେ ତେଣୁ ନିଯୋଗ ପକ୍ଷରୁ କୈାଣସି ବିରୋଧ କରାଯାଇନଥିଲା ।