ନେପାଳ ଭୂସ୍ଖଳନ ହେତୁ ଏକ ନଦୀକୁ ବସ୍ ଖସିପଡ଼ିବା ପରେ ୭ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ଦୁଇଟି ଯାତ୍ରୀବାହୀ ବସ୍ରେ ୬୫ ଜଣ ଯାତ୍ରୀ ରହିଥିଲେ । ଏହି ଦୁର୍ଘଟଣାରେ ଅନେକ ନିଖୋଜ ଥିବା ମଧ୍ୟ ଜଣାପଡିଛି । ଦୁଇଟି ବସ୍ ୬୫ଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ତ୍ରିସୁଳୀ ନଦୀରେ ଖସି ପଡ଼ିଥିବାର ଜାଣିବାକୁ ମିଳିଛି। ଚିତ୍ରୱାନ୍ ଜିଲ୍ଲାର ନାରାୟଣଘାଟ-ମଗଲିଂ ରାସ୍ତାର ସିମାଲ୍ଟଲ୍ ଅଞ୍ଚଳରେ ଭୂସ୍ଖଳନ ହେବା ପରେ ଏଭଳି ଘଟଣା ଘଟିଥିଲା । ଲଗାତାର ବର୍ଷା ହେତୁ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ସଡ଼କ ବିଭାଗର ଅଧିକାରୀମାନେ ନାରାୟଣଘାଟ-କାଠମାଣ୍ଡୁ ରାସ୍ତାକୁ ୧୫ ଦିନ ବନ୍ଦ କରିଦେଇଥିଲେ। ଏହା ସତ୍ତ୍ବେ ଟ୍ରାଫିକ୍ ପୁନରୁଦ୍ଧାର କରାଯାଇଥିଲା।
ଗତ କିଛି ଦିନ ହେବ ନେପାଳରେ ପ୍ରବଳ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଥିଲା ଯେଉଁ କାରଣରୁ ହିମାଳୟ ଦେଶରେ ବିଭିନ୍ନ ରାସ୍ତା ଓ ରାଜପଥ ବନ୍ଦ ରହିଥିଲା।
ବସ୍ ଗୁଡିକ ରାଜପଥରେ ଯାତ୍ରା କରୁଥିବା ବେଳେ ଭୂସ୍ଖଳନ ଘଟିବାରୁ ରାସ୍ତାରୁ ନଦୀକୁ ଠେଲି ହୋଇ ଯାଇଥିଲା। ଉଭୟ ବସ୍ ଡ୍ରାଇଭର ସମେତ ମୋଟ ୬୫ ଜଣ ନଦୀରେ ପଶି ଯାଇଥିଲେ। ଆମେ ବର୍ତ୍ତମାନ ଘଟଣାସ୍ଥଳରେ ଅଛୁ ଏବଂ ସର୍ଚ୍ଚ ଅପରେସନ କରୁଛୁ। ନିଖୋଜ ବସ୍ ଖୋଜିବା ପାଇଁ ଲଗାତାର ବର୍ଷା ଆମର ପ୍ରୟାସରେ ବାଧା ସୃଷ୍ଟି କରୁଛି ବୋଲି ଚିତୱାନର ମୁଖ୍ୟ ଜିଲ୍ଲା ଅଧିକାରୀ ଇନ୍ଦ୍ରଦେବ ଯାଦବ କହିଛନ୍ତି।
ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଉଦ୍ଧାର କାର୍ୟ୍ୟରେ ବାଧା ଉପୁଜିଥିବା ବେଳେ ଭୂସ୍ଖଳନରୁ ଆବର୍ଜନା ଯୋଗୁଁ ନାରାୟଣଘାଟ-ମଗଲିଙ୍ଗ ସଡକ ବିଭାଗରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।