ରାଜ୍ୟକୁ ମିଳିଲା ନୂଆ ରାଜ୍ୟପାଳ । ଆଜି ରାଜ୍ୟର ୨୬ତମ ରାଜ୍ୟପାଳ ଭାବରେ ଶପଥ ନେଲେ ରଘୁବର ଦାସ । ହାଇକୋର୍ଟ ମୁଖ୍ୟ ବିଚାରପତି ବିଦୁ୍ୟତରଞ୍ଜନ ଷଡଙ୍ଗୀ ଉପସ୍ଥିତ ରହି ତାଙ୍କୁ ଶପଥପାଠ କରାଇଛନ୍ତି । ଶପଥପାଠ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତିଙ୍କ ସହ ମନ୍ତ୍ରୀଗଣ ଉପସ୍ଥିତ ଥିଲେ । ଶପଥ ପୂର୍ବରୁ ସକାଳେ ରାଜ୍ୟପାଳ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି । ଏ ଅବସରରେ ରାଜ୍ୟପାଳଙ୍କ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ଉପସ୍ଥିତ ଅଛନ୍ତି । ଜାମସେଦପୁର ଟାଟା କମ୍ପାନିରେ ଚାକିରି କରିଥିବା ରଘୁବର, ୧୯୭୭ରେ ପ୍ରଥମେ ଜନତା ଦଳ ଓ ପରେ ୧୯୮୦ରେ ବିଜେପିରେ ଯୋଗଦେଇ ଥିଲେ । ୫ଥର ବିଧାୟକ ହେବା ସହ ଉପମୁଖ୍ୟମନ୍ତ୍ରୀ ପରେ ୨୦୧୪ରୁ ୧୯ ଯାଏ ସେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଦୁଇଥର ଝାଡଖଣ୍ଡ ବିଜେପି ରାଜ୍ୟ ସଭାପତି ରହିଥିଲେ ରଘୁବର ଦାସ । ସେ ରାଜ୍ୟପାଳ ଭାବେ ନିୟୁକ୍ତି ହେବା ପରେ ରାଜ୍ୟରେ ଏବେ ତାଙ୍କୁ ନେଇ ଚାରିଆଡେ ଚର୍ଚ୍ଚା । ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ୍ ଅନୁଯାୟୀ ଜେଡ୍ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।