ଭାରତୀୟ ରେଲୱେରେ ବନ୍ଦେ ଭାରତ ଏକ୍ସପ୍ରେସ ଯୋଡିହେବା ପରେ ଯାତ୍ରୀଙ୍କର ବନ୍ଦେ ଭାରତ ଏକ୍ସପ୍ରେସ ପ୍ରତି ବଢୁଛି ଆଗ୍ରହ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଉଚ୍ଚ ମଧ୍ୟବିତ୍ତଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିରେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି । ତେବେ ବନ୍ଦେ ଭାରତରେ ଆଉ ୨୦୦ ଅତ୍ୟାଧୁନିକ ଟ୍ରେନ ସାମିଲ କରିବାକୁ ଲକ୍ଷ ରଖିଛନ୍ତି କେନ୍ଦ୍ର ସରକାର । ଲୋକଙ୍କ ଉତ୍ସାହକୁ ଆଗ୍ରାଧିକାର ଦେଇ ବନ୍ଦେ ଭାରତରେ ଅତ୍ୟାଧୁନିକ ସ୍ଲିପର କୋଚ୍ ସାମିଲ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ବନ୍ଦେ ଭାରତ ଟ୍ରେନ ସବୁ ୨୪ ଓ ୧୬ କୋଚ୍ ବିଶିଷ୍ଟ ରହିବ ।ନିର୍ମାଣ ହେବାକୁ ଥିବା ନୂଆ ବନ୍ଦେ ଭାରତରେ ଫାଷ୍ଟକ୍ଲାସରେ ଯାତ୍ରୀଙ୍କ ପାଇଁ ଗରମ ପାଣି , ସାୱାର ସୁବିଧା , ଜରୁରୀ କାଳିନ ସ୍ଥିତିରେ ଚାଳକ ଯାତ୍ରୀଙ୍କ ସହ ଯୋଗାଯୋଗ କରିବା ସୁବିଧା , ସେଣ୍ଟ୍ରାଲାଇଜ୍ କୋଚ୍ ମନିଟରିଂ ସିଷ୍ଟମ, ଇନଫରମେସନ୍ ଏବଂ ଆଲର୍ଟ ସିଷ୍ଟମ, ଇନଫୋଟେନମେଣ୍ଟ ସୁବିଧା , ମଡୁ୍ୟଲାର ପେଣ୍ଟ୍ରି ସର୍ଭିସ, ଅଟୋମେଟିକ୍ ସେନସର ଡୋର୍ ଭଳି ଅତ୍ୟାଧୁନିକ ସୁବିଧା ରହିବ ।
ଦେଶରେ ରେଳ କୋଚ୍ ନିର୍ମାଣ ପାଇଁ ରହିଥିବା ଫ୍ୟାକ୍ଟ୍ରିରେ ୨୦୦ ବନ୍ଦେ ଭାରତ ଟ୍ରେନ ନିର୍ମାଣ ପାଇଁ ଭିତ୍ତିଭୂମି ବିକାଶ କରାଯାଉଛି । ପ୍ରଥମ ବନ୍ଦେ ଭାରତ ନିର୍ମାଣ ହୋଇଥିବା ଚେନ୍ନାଇର ଇଣ୍ଟିଗ୍ରଲ ଫ୍ୟାକ୍ଟି୍ରରେ ଆଉ ୫୦ଟି ବନ୍ଦେ ଭାରତ ନିର୍ମାଣ ପାଇଁ ଲକ୍ଷ ରଖାଯାଇଛି । ଏଥିରେ ବହୁ ଅତ୍ୟାଧୁନିକ ସୁବିଧା ରହିବ । ଗୋଟେ ଗୋଟେ କୋଚ୍ ପ୍ରତି ୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ପୂର୍ବରୁ ଗଡୁଥିବା କୋଚ୍ ତୁଳନାରେ ଯାତ୍ରାକୁ ସୁଗମ କରିବା ପାଇଁ ଏହାର ଡିଜାଇନରେ ବ୍ୟାପକ ପରିବର୍ତ୍ତନ କରାଯିବ । ଆଗରୁ ଗଡୁଥିବା କିଛି ଟ୍ରେନକୁ ବନ୍ଦେ ଭାରତରେ ଯୋଡିବାକୁ ଯୋଜନା କରୁଛି ଭାରତୀୟ ରେଳ ବିଭାଗ ।
ସୂଚନା ଅନୁସାରେ ଚଳିତ ବଜେଟରେ ରେଳବିଭାଗ ପାଇଁ ୨ ଲକ୍ଷ ୫୦ ହଜାରରୁ ଅଧିକ କୋଟିର ବ୍ୟୟବରାଦ କରାଯାଇଛି । ଯେଉଁଥିରେ ଅମୃତ ଭାରତ ଟ୍ରେନ ସହ ୫୦ ନମୋ ଭାରତ ର୍ୟାପିଡ ଟ୍ରେନ ଚଳାଚଳ ପାଇଁ ଯୋଜନା ରହିଛି । ୨୦୨୫-୨୬ରେ ୧ ହଜାର ସାଧାରଣ କୋଚ୍ ନିର୍ମାଣ ପାଇଁ ଯୋଜନା ରହିଛି ।