ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରି ବହୁ ଦେଶପ୍ରେମୀ ହସି ହସି ନିଜ ଜୀବନକୁ ବାଜି ଲଗେଇ ଦେଇଛନ୍ତି । କାହିଁ କେତେ ବୀର ପୁରୁଷ ଦେଶ ପାଇଁ ନିଜର ସର୍ବସ୍ଵ ତ୍ୟାଗ ଦେଇଛନ୍ତି । ଏଇ ମାଟି ମା ପାଇଁ ନିଜର ଜୀବନକୁ ଉଶ୍ଚର୍ଗ କରିଛନ୍ତି । ସେହିପରି ଆଜି ହେଉଛି ଦେଶର ସର୍ବ କନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଶହୀଦ ବାଜି ରାଉତ ଙ୍କ ଆଜି ଜନ୍ମ ଦିନ ।
୧୧ ଅକ୍ଟୋବର ୧୯୩୮ରେ ଢେଙ୍କାନାଳ ଜିଲ୍ଲା ନୀଳକଣ୍ଠପୁର ଗାଁରେ ଜନ୍ମିତ ଏହି ବୀର ଶିଶୁ ପୁତ୍ରର ରକ୍ତରେ ବ୍ରାହ୍ମଣୀର ନୀଳ ଜଳରାଶି ଲାଲ ହୋଇଯାଇଥିଲା । ଦେଶ ମାତୃକାର ସେବା ପାଇଁ ମାତ୍ର ୧୨ ବର୍ଷ ବୟସରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଏହି ଶିଶୁ ଢେଙ୍କାନାଳ ପ୍ରଜାମଣ୍ଡଳର ଥିଲେ ଜଣେ ସେନାନୀ ।
ବୀର ନୀଳକଣ୍ଠପୁର ଘାଟ ଜଗି ରହିଥିବା ବାଜି ରାଉତକୁ ବ୍ରିଟିଶ ସେନା ଡଙ୍ଗା ପାରି ପାଇଁ ନିର୍ଦ୍ଦେଶ ଦେଇଥିଲା କିନ୍ତୁ ବାଜି ରାଉତ ବ୍ରିଟିଶ ସେନାଙ୍କୁ ନଦୀ ପାରି କରିବେ ନାହିଁ ବୋଲି କହି ଅସହଯୋଗର ଅସ୍ତ୍ର ଚାଳନା କରିଥିଲେ । ଏଥିରେ ବ୍ରିଟିଶ ସେନା ଉତକ୍ଷିପ୍ତ ହୋଇ ଗୁଳି ଚାଳନା କରିବା ପରେ ଟଳି ପଡ଼ିଥିଲେ ଏହି ସଂଗ୍ରାମୀ ପୁତ୍ର । ତାଙ୍କ ସହ ସଂଗ୍ରାମୀ ଲକ୍ଷ୍ମଣ ମଲ୍ଲିକ ଓ ଫଗୁ ସାହୁ ମଧ୍ୟ ଏହି ସଂଗ୍ରାମରେ ପ୍ରାଣ ହରାଇ ଥିଲେ ।
ତାଙ୍କ ମୃତ୍ୟୁପରେ କବି ସଚ୍ଚିରାଉତ ରାୟ ଲେଖିଥିଲେ-ହାଡ ମାଂସେ ଗଢିଲେ ସେ, ନିଃଶ୍ୱାସରେ ଦେଲେ ଜୀବନ୍ୟାସ, ହଳଦୀ ଘାଟଠୁ ବଡ଼ ଗଢିଗଲେ ଏ ଦେଶର ଜାତି ଇତିହାସ । ବାଜିଙ୍କ ଚିତା ଖାନନଗର ଶ୍ମଶାନରେ ଜଳି ଉଠିବା ଦେଖି କବି ପୁଣି ଲେଖିଥିଲେ-ନୁହେଁ ବନ୍ଧୁ ନୁହେଁ ଏହା ଚିତା,ଏ ଦେଶ ତିମିର ତଳେ, ଏ ଅଲିଭା ମୁକତି ସଳିତା ।
ବାଜିଙ୍କ ବାଲ୍ୟ କାଳ କଟିଥିଲା ଦୁର୍ଦ୍ଦିନରେ । ଅତି ଛୋଟବେଳୁ ନିଜ ପିତା ହରି ରାଉତଙ୍କୁ ହରାଇଥିଲେ । ମା ମୂଲ ମଜୁରୀ କରି ଚଳାଉଥିଲେ ପରିବାର । ପିଲାଟି ଦିନରୁ ବାଜି ଦାରିଦ୍ର୍ୟ, ଶୋଷଣ, ବେଠି ବେଗାରୀ ବିରୁଦ୍ଧରେ ଲଢୁଥିବା ପ୍ରଜାମଣ୍ଡଳର ବାନର ସେନାରେ ସାମିଲ ହୋଇ ରାତିରେ ଘାଟ ଡଙ୍ଗା ଜଗୁଥିଲେ ।
ଏହି ସଂଗ୍ରାମୀଙ୍କୁ ସମ୍ମାନ ଦେବା ଉଦେଶ୍ୟରେ ଉତ୍କଳ କଲ୍ଚରାଲ ଆସୋକିଆତିୟନ ପକ୍ଷରୁ ପ୍ରତିବର୍ଷ ଉତ୍କଳ ଦିବସରେ “ବାଜି ରାଉତ ସମ୍ମାନ” ଦିଆଯାଏ । କଳା, ସାହିତ୍ୟ, ସସ୍କୃତି ଓ ବିଭିର୍ଣ୍ଣ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ଏହି ସମ୍ମାନର ଅଧିକାର ପାଇଥାଏ । ସଙ୍ଗୀତ ଦୁନିଆରେ ନିଜର ପାରଦର୍ଶିତା ପାଇଁ ୨୦୧୬ ରେ ସୁନିତି ମିଶ୍ର ଏହି ସମ୍ମାନର ଅଧିକାରିଣୀ ହେଇଥିଲେ ।