ବିଧାନସଭା ନିର୍ବାଚନ ପୂର୍ବରୁ ଟିଏମ୍ସିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ବହୁ ବରିଷ୍ଠ ନେତା ‘ପଦ୍ମ’ ଧରୁଥିବା ବେଳେ ଏବେ ଦିଦି ଚିନ୍ତାରେ । ଚଳିତବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ହେବାକୁ ଥିବା ବେଳେ ବିଜୟ ହାସଲ ପାଇଁ ବିଜେପି ବଳ ଗୋଟାଉଥିବା ସମୟରେ ଟିଏମ୍ସି ସତ୍ତା ବଞ୍ଚାଇବାକୁ ପ୍ରୟାସ ଜାରି କରିଛି । କିନ୍ତୁ ଟିଏମ୍ସିକୁ ବିଜେପି ଝଟକା ଦେବାରେ ଲାଗିଛି । ପୁଣି ଜଣେ ଟିଏମ୍ସି ନେତା ଦଳରେ ସାମିଲ ହୋଇଛନ୍ତି । ଟିଏମ୍ସି ବିଧାୟକ ଅରବିନ୍ଦ ଭଟ୍ଟାଚାର୍ଯ୍ୟ ‘ପଦ୍ମ’ ଧରିଛନ୍ତି । ଗତମାସରେ ଶୁଭେନ୍ଦୁ ଅଧିକାରୀଙ୍କ ସମେତ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ । ନିର୍ବାଚନ ଆସିବାବେଳକୁ ମମତା ବାନାର୍ଜୀ ଦଳରେ ଏକା ରହିଥିବେ ବୋଲି ସେତେବେଳେ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ଗୃହ ମନ୍ତ୍ରୀ ଅମିତ୍ ଶାହା କହିଥିଲେ ।