କେନ୍ଦ୍ରାପଡା ଜିଲ୍ଲାରେ ଆଜି ବିଜେପିର କାର୍ଯ୍ୟକର୍ତ୍ତାମାନେ ନିଜନିଜ ଘରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଦମନଲୀଳାର ପ୍ରତିବାଦ କରିଛନ୍ତି । ନିର୍ବାଚନ ଶେଷ ହେବାପରେ ସାରା ପଶ୍ଚିମବଙ୍ଗରେ ନିର୍ବାଚନ ହିଂସାକାଣ୍ଡ ଘଟିଚାଲିଛି । ବିଜେପି ନେତା ଓ କର୍ମିମାନଙ୍କୁ ହତ୍ୟା କରାଯାଉଛି ତ କେଉଁଠି ଘରଦ୍ବାର ଜାଳିଦିଆଯାଉଛି । ଏହି ଦଙ୍ଗା ପଛରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ହାତଥିବା ବିଜେପି ଅଭିଯୋଗ କରିଛି । ଏହାର ପ୍ରତିବାଦ କରି ବିଜେପି ଆଜି ଭିନ୍ନଢଙ୍ଗରେ ପ୍ରତିବାଦ କରିଛି । ନିଜନିଜ ଘରର ଦ୍ବାରରେ ବସି ପ୍ଲାକାର୍ଡ ପ୍ରଦର୍ଶନ କରିଛନ୍ତି । କୋଭିଡ ଲକଡାଉନ ଥିବାରୁ ସକାଳ ୬ଟା ଠାରୁ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଉପବାସ ରହି ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଛନ୍ତି