ନିମ୍ନ ମାନର କାମ କରି ମାଲେମାଲ ଠିକାଦାର ଓ ଯନ୍ତ୍ରୀ । ରାଜ୍ୟ ରାଜ କୋଷର କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ମନମାନି ସହ ନିମ୍ନ ମାନର କାମ କରି ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଛନ୍ତି । ଏନେଇ ଅଭିଯୋଗ କଲେ ବି ଶୁଣୁ ନାହାନ୍ତି ଅଧିକାରୀ । ଦେଖିବା ଏହି ରିପୋର୍ଟ । ପଥର ଓ ଡଷ୍ଟ ପଡିବା ସ୍ଥାନରେ କେବଳ ବାଲି ଓ ଡଷ୍ଟ । କେଉଁଠି ୩ ଫୁଟ ଚଉଡା ତ କେଉଁଠି ୪ ଫୁଟ । ପୁଣି କେଉଁଠି ଭଙ୍ଗା ପୋଲ ପକାଇ ଚାଲିଛି କାମ । କେବଳ ସେତିକି ନୁହେଁ ନୁଆଁ ପୋଲ ନିର୍ମାଣ କରିବା ବଦଳରେ ପୁରୁଣା ପୋଲର ଉଭୟ ପଟରେ ପୋଲ ଜୋଡି କରାଯାଉଛି କାମ । ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ତ୍ରୀବେଣି ଛକରୁ ମେଣ୍ଡାମାଳକୁ ସଂଯୋଗ କରୁଥିବା ରାସ୍ତା କାମ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଲୋକ ଯାତାୟତ କରୁଥିବାବେଳେ ଅତି ନିମ୍ନ ମାନର କାମ ହେଉଥିୁବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଂଚଳବାସୀ । କାମ ସ୍ଥାନରେ ଜେଇ ଏସଡିଓ ଉପସ୍ଥିତ ରହୁ ନଥିବା ଅଭିଯୋଗ କରିଛନ୍ତି ଲୋକ । ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି । ଏପଟେ ଦେଖନ୍ତୁ ଦୃଶ୍ୟ ବାଗଡିଆ ନାଳ ଉପରେ ଥିବା ପୁରୁଣା ସେତୁକୁ ମରାମତି କରି ଟଙ୍କା ହଡପ କରିବାକୁ ଚାଲିଛି ମସୁଧା । ୩୦ ବର୍ଷର ଏହି ସେତୁର ଉଭୟ ପାଶ୍ୱର୍ରେ ଥିବା ଗାଡ ୱାଲକୁ ଭାଙ୍ଗି ଦେଇଛି ଠିକା ସଂସ୍ଥା । ଏବେ ବର୍ଷା ରୁତୁ ଥିବାରୁ ଲୋକେ ନାହିଁ ନଥିବାର ଅସୁବିଧାର ସମ୍ମୁଖିନ ହେବେ ବୋଲି ଅଭଗେଯାଗ କରିଛନ୍ତି । ସୁଚନା ଅନୁସାରେ ତ୍ରିବେଣି ଛକରୁ ମେଣ୍ଡାମାଳ ଓ ବାରଝୁଲାରୁ କର୍ଡାପାଲ ପର୍ଯ୍ୟନ୍ତ ରାସ୍ତା ପାଇଁ ୧୯ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି । ହେଲେ ଠିକା ସଂସ୍ଥା ମନମୁଖୀଭାବେ ନିମ୍ନ ମାନର କାମ କରୁଥୀବା ଅଭିଯୋଗ ହୋଇଛି । ଅପରପକ୍ଷରେ ମୁଁ ନିଜେ ତଦାରଖ କରିବି ଯଦି କିଛି ଅନିୟମିତତା ଥିବ କାର୍ଯ୍ୟାନୁଷ୍ଠାନ ନେବି ବୋଲି କହିଛନ୍ତି ଅଧିକ୍ଷଣ ଯନ୍ତ୍ରୀ । ଚର୍ଚ୍ଚା ହେଉଛି ସଂପୃକ୍ତ ଠିକାଦାର ପୁର୍ବତନ ବିଜଡି ବିଧାୟକ ପଦ୍ମାନାଭ ବେହେରାଙ୍କୁ ମୋଟା ଅଙ୍କର ନିର୍ବାଚନି ଚାନ୍ଦା ଦେଇ କାମ ହାତେଇ ଥିଲେ । ଏବେ ସରକାର ବଦଳିଛି ସଂପୃକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।