ଗୁରୁବାର ଦିନ ମଧ୍ୟାହ୍ନରେ ନାଲକୋ ଠିକା ମଜଦୁର ସଂଘ (ଏନଟିଏମଏସ) ସ୍ମେଲଟର ଆଣ୍ଡ ପାୱାର କମ୍ପ୍ଲେକ୍ସ, ନାଲକୋ, ଅନୁଗୋଳ ଓଡିଶାର ପ୍ରତିନିଧୀମାନେ ବଳରାମ ପ୍ରସାଦ ଠାରେ ଥିବା ଇଏସଆଇସି ହସ୍ପିଟାଲ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିଭିନ୍ନ ସମସ୍ୟା ନେଇ ଧାରଣାରେ ବସିଥିଲେ । ବୀମାଭୁକ୍ତ ବ୍ୟକ୍ତି ମାନେ (ଆଇପି) ସମ୍ମୁଖୀନ ହୋଇଥିବା ନିମ୍ନଲିଖିତ ବିଷୟଗୁଡ଼ିକୁ ଆଲୋକିତ କରିବା ପାଇଁ ଏହି ଧାରଣା କରାଯାଇଥିଲା । ସୁପର ସ୍ପେଶାଲିଷ୍ଟ ହସ୍ପିଟାଲକୁ ରେଫରାଲ୍ ସମସ୍ୟା, ପର୍ଯ୍ୟାପ୍ତ ଚିକିତ୍ସା ସୁବିଧା, ମେଡିକାଲ୍ ଇନଷ୍ଟ୍ରୁମେଣ୍ଟସ୍ (ଏକ୍ସ-ରେ, ଅଲଟ୍ରାସାଉଣ୍ଡ) ଏବଂ ମେଡିକାଲ୍ ଷ୍ଟାଫ୍ ,ପର୍ଯ୍ୟାପ୍ତ ଔଷଧ ନାହିଁ , ଜରୁରୀକାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସୁବିଧା ପ୍ରଦାନ କରାଯିବା ଏବଂ ଆମ୍ବୁଲାନ୍ସ ଯାନ ବୃଦ୍ଧି କରିବା , କ୍ୟାଣ୍ଟିନ ସୁବିଧା ଯୋଗାଇ ଦେବା ଆଦି ଦାବି ଥିଲା । ଦ୍ୱିତୀୟ ମହଲାରେ ଭର୍ତ୍ତି ହୋଇଥିବା ଇନଡୋର ରୋଗୀଙ୍କ ପାଇଁ ଏସି ର ସୁବିଧା ନଥିବା, ଆସିଥିବା ରୋଗି କିମ୍ବା ତାଙ୍କର ସମ୍ପର୍କୀୟ ମାନଙ୍କୁ ଉତ୍ତମ ବେବହାର ନ ଦେଖାଇବା ଏବଂ ମେଡିକାଲ୍ ର ମୁଖ୍ୟ ପରିଚାଳକ ଆବଶ୍ୟକ ସ୍ଥଳେ ଦେଖା ନ କରିବା । ଏହି ପରି ସମସ୍ତ ପ୍ରକାରର ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବି ହୋଇଛି । ଏହି ପରି ୭ ଦଫା ଦାବୀ ନେଇ ନାଲକୋ ଠିକା ମଜଦୁର ସଂଘ ପକ୍ଷରୁ ଧାରଣା ଦିଆଯାଇଥିଲା । ଯଦି ଏହାର ସ୍ଥାୟୀ ସମାଧାନ ନ ହୁଏ ଆଗାମୀ ଦିନରେ ବଡ ଧରଣରର ଆନ୍ଦୋଳନ ହେବ ବୋଲି ଓଡ଼ିଶା ଠିକା ମଜଦୁର ମହାସଂଘର ସାଧାରଣ ସମ୍ପାଦକ ବିଭୂତି ମହାପାତ୍ର ଚେତାବନୀ ଦେଇଛନ୍ତି । ଏହି ଧାରାରେ ସାଧାରଣ ସମ୍ପାଦକ ପ୍ରକାଶ ରାଉତ, କାର୍ଯ୍ୟକାରୀ ସଭାପତି ବାଇଧର ସାମଲ, ଙ୍କ ସମେତ ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ ।