<h3>ପୁରୀ ଲୋକସଭା ଅଧୀନ ରେ ଥିବା ନିର୍ବାଚନ ମଣ୍ଡଳୀ ଗୁଡିକ ର ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ ର ଦ୍ଵିତୀୟ ଦିବସ ରେ ପୁରୀ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ର ବିଧାନସଭା ପ୍ରାର୍ଥୀ ମନୋଜ ରଥ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନଙ୍କ ସହ ମନୋଜ ଶହ ଶହ ସମର୍ଥକଙ୍କ ସହ ଆସି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମନୋଜ କହିଛନ୍ତି ସତ୍ୟବାଦୀରେ ଅନେକ ସମସ୍ୟା ରହିଛି। ବିଶେଷ କରି ଏଠାକାର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବାରୁ ବଞ୍ଚିତ ଥିବାବେଳେ ଚାଷୀ ସମସ୍ୟା ଭଳି ଅନେକ ଗୁରୁତ୍ତ୍ୱପୂର୍ଣ ସମସ୍ୟା ରହିଛି। କଣାସ ଅଞ୍ଚଳ ବନ୍ୟା ପ୍ଲାବିତ ଅଞ୍ଚଳ ହେଇଥିବା ବେଳେ ଏହି ଅଂଚଳ ର ସମସ୍ୟା ସମାଧାନ ବିଜେଡ଼ି ସରକାର କରିନାହିଁ। ଚାଷ ଜମିକୁ କେନାଲ ମାଧ୍ୟମ ରେ ଜଳ ପହଂଚି ପାରୁନି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ରେ ଏବେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅବହେଳିତ ଅବସ୍ଥାରେ ଅଛି। ତେବେ ରାଜନୀତି ହେଉଚି ଜନ ସେବା କରିବାର ପ୍ରକୃଷ୍ଠ ମଞ୍ଚ। ଏଣୁ ସେ ଜନ ସେବା ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି। ତେବେ ସେ ଲୋକ ଙ୍କ ମୌଳିକ ପ୍ରସଙ୍ଗ କୁ ନିର୍ବାଚନ ଲଢୁଥିବା ବେଳେ ଚଳିତ ନିର୍ବାଚନରେ ଭୋଟର୍ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିଇବେ ବୋଲି ଆଶା ରଖିଛନ୍ତି ମନୋଜ। ଆଜି ସତ୍ୟବାଦୀରୁ ବିଶାଳ ବାଇକ୍ ରାଲି କରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ବିଧାନସଭା ପ୍ରାର୍ଥୀ ମନୋଜ ରଥ। ସେପଟେ ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଚନ୍ତି ମନୋଜ ଜଣେ ଯୁବକ। ତାଙ୍କର ଜନ ସେବା ହେଉଚି ପେଶା। ଏଣୁ ସେ କଂଗ୍ରେସ ପାଇଁ ପ୍ରାର୍ଥୀ ହେବା ସ୍ବାଗତଯୋଗ୍ୟ। ତେବେ ବିଜେପି ବିଜେଡି ର ପ୍ରତାରଣା କୁ ନେଇ ଭୋଟର କ୍ଷୁବ୍ଧ ଅଛନ୍ତି । ଏହାର ଫାଇଦା କଂଗ୍ରେସ ଉଠାଇବ। ତେବେ ପ୍ରସାଦ ହରିଚନ୍ଦନ କହିଚନ୍ତି ମୋ ନାଁ ରେ ୨୦୨୨ ରେ ବିଭିନ୍ନ ଅପ୍ର ପ୍ରଚାର ହୋଇଥଲା।ସେ ବିଜେପି ନ ହେଲେ ବିଜେଡ଼ିରେ ମିଶିବେ ବୋଲି ପ୍ରଚାର କରାଯାଇଥିଲା। ହେଲେ ସେ କଂଗ୍ରେସ ରେ ଅଛନ୍ତି।ସେ ଜନ ସେବା ରେ ରହିବେ।ସେ ରାଜନୀତି ରେ ଥାଆନ୍ତୁ କି ନ ଥାଆନ୍ତୁ। ଏଥି ପାଇଁ ଚଳିତ ନିର୍ବାଚନ ସେ ଲଢ଼ୁ ନ ଥିବା ବରିଷ୍ଠ ନେତା ପ୍ରସାଦ ହରିଚନ୍ଦନ କହିଚନ୍ତି।</h3>